ଭଦ୍ରକ: ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ନେତୃତ୍ଵରେ ହଜାର ହଜାର ଗାଁ (ମେଟ)ମାନେ ୩ ଦଫା ରାଜ୍ୟସ୍ତରୀୟ ଦାବି ଓ ୧୦ଦଫା ଜିଲ୍ଲାସ୍ତରୀୟ ଦାବିର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ଓଡିଶା ସରକାରଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଦାବି କରି କିଛି ଅଭିନବ ଧାରାରେ ଏକ ବିଶାଳ ରାଲି ସହିତ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟ ପରିସର ବାହାରେ ଆନ୍ଦୋଳନ କରିଛନ୍ତି।
ସଂଘର ୩ ଦଫା ରାଜ୍ୟସ୍ତରୀୟ ଦାବି ଯଥା (୧) ରାଜ୍ୟର ସମସ୍ତ ନ୍ୟାୟ ଆଶାୟୀ ଗାଁ ସାଥୀ (ମେଟ)ଙ୍କୁ ପର୍ଯ୍ୟାପ୍ତ କାର୍ଯ୍ୟ ପ୍ରଦାନ ସହିତ ୧୦ହଜାର ଟଙ୍କାରୁ ଉଦ୍ଧ୍ଵର୍ ମାସିକ ପ୍ରୋସିାହନରାଶୀ ପ୍ରଦାନ, (୨) ବେଆଇନ ଭାବେ ଚୟନ ହୋଇ କାର୍ଯ୍ୟରତ ହଜାର ହଜାର ଇଲିଗାଲ ଏନଏମଏମଏସ ଧାରୀ ଗାଁ ସାଥୀ ମେଟଙ୍କୁ କାର୍ଯ୍ୟରୁ ବାହାର କରିବା ସହିତ ସମସ୍ତ ଲିଗାଲ ଗାଁ ସାଥୀ(ମେଟ)ଙ୍କୁ ସ୍ମାର୍ଟ ଫୋନ୍ ଏବଂ ରିଚାର୍ଜ ଫି ପ୍ରଦାନ ଏବଂ ଡ୍ରେସକୋଡ ପ୍ରଦାନ ଆଦି ଅଟେ। ଠିକ୍ ସେହିପରି ଜିଲ୍ଲା ଦାବି ଭାବରେ ଭଦ୍ରକ ଜିଲ୍ଲାର ଶହ ଶହ ଗାଁ ସାଥିଙ୍କର ବର୍ଷ ବର୍ଷର ବକେୟା ପ୍ରାପ୍ୟ ପ୍ରଦାନ ସମେତ ଅନାନ୍ୟ ୯ ଦଫା ଦାବି ନେଇ କିଛି ନିଆରା ଢଙ୍ଗରେ ଆଜି ଆନ୍ଦୋଳନ କରିଥିଲା ଗାଁ ସାଥି(ମେଟ) ସଂଘ। ଚକୁଳିଆ ପଣ୍ଡାର ବେଶ ଓ ସାଧୁବାବାଙ୍କ ବେଶଧରି କିଛି ଗାଁ ସାଥୀ ସଂଗଠକ ସେମାନଙ୍କର ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ଓଡିଶାଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଦାବି କରିଥିଲେ।