ଜାଲ୍‌ ସାର୍ଟିଫିକେଟ୍‌ ଦେଖେଇ ଟିକା ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଜାଲ୍‌ ସାର୍ଟିଫିକେଟ ଦେଇ ଟିକା ନେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଜଟିଳ ରୋଗ ଥିବା ୪୫ ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ବ୍ୟକ୍ତିଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ଦିଆଯାଉଛି । ହେଲେ ତାଲିକାରେ ଥିବା ରୋଗ ସମ୍ପର୍କରେ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କଠାରୁ ପ୍ରମାଣ ଦେବା ବାଧ୍ୟତାମୂଳକ କରାଯାଇଛି । ତେଣୁ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କ ପ୍ରମାଣପତ୍ରକୁ ଜାଲ୍ କରି ଟିକା ନେବାକୁ ପ୍ରୟାସ କରି ଧରାପଡ଼ିଲେ କଡ଼ା ପରିଣାମ ଭୋଗିବେ ବୋଲି ରାଜ୍ୟ ସରକାର ଚେତାଇ ଦେଇଛନ୍ତି। ଏଣେ, ରାଜ୍ୟରେ ୨୪ ଘଣ୍ଟିଆ ଟିକାକରଣ ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି।

ଏଣିକି ଦିନର ଯେକୌଣସି ସମୟରେ କରୋନା ଟିକା ନେଇ ହେବ ବୋଲି ସୂଚନା ରହିଛି। ପୂର୍ବରୁ ସକାଳ ୯ଟାରୁ ସଂଧ୍ୟା ୫ଟା ମଧ୍ୟରେ ଟିକାକରଣ ହେବ ବୋଲି ସମୟ ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାର । ହେଲେ ଟିକା କେନ୍ଦ୍ରରେ ଲୋକଙ୍କ ଭିଡ଼ କମାଇବାକୁ ଏବଂ ବୟସ୍କ ନାଗରିକଙ୍କୁ ସୁବିଧାରେ ଟିକାଦାନ ପାଇଁ ଏହି କଟକଣାକୁ କୋହଳ କରାଯାଇଛି । ଏଣିକି ହସ୍ପିଟାଲଗୁଡ଼ିକ ଯେତେ ସମୟ ପର୍ଯ୍ୟନ୍ତ ଚାହିଁବେ ଟିକାକରଣ କାର୍ଯ୍ୟ କରପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଦେଶବ୍ୟାପୀ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଲୋକମାନେ ଏଣିକି ସପ୍ତାହକ ୭ ଦିନ ଏବଂ ଦିନର ୨୪ ଘଣ୍ଟା ଭିତରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି ।

ସମ୍ବନ୍ଧିତ ଖବର