ମାନପୁର ଓଭରବ୍ରିଜରେ କଟକଣା, ୪ ଘଣ୍ଟା ଭାରୀଯାନ ବନ୍ଦ

ଦାନଗଦୀ:  କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ରେଳ ଓଭରବ୍ରିଜ ଉପର ଦେଇ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି l ସକାଳ ୭ଟା ଠାରୁ ୯ଟା ପର୍ଯ୍ୟନ୍ତ ଓ ସଂଧ୍ୟା ୫ଟା ଠାରୁ ୭ ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ l ଏନେଇ ଯାଜପୁରରୋଡ ପୁଲିସ ଓଭରବ୍ରିଜର ଉଭୟ ପାର୍ଶ୍ଵରେ ଫଳକ ଲଗାଇ କଟକଣା ସଂପର୍କିତ ସୂଚନା ପ୍ରଦାନ କରିଛି l

କଳିଙ୍ଗନଗର ଶିଳ୍ପାଞ୍ଚଳର ଯାନବାହନ ଚଳାଚଳ ପାଇଁ ଉପରୋକ୍ତ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି l ମାନପୁର ବ୍ରିଜ ସଂକୀର୍ଣ୍ଣ ହୋଇଥିବାରୁ ଏହାକୁ ଅତିକ୍ରମ କରିବା ବେଳେ ସମସ୍ୟା ହେଉଛି। ତେଣୁ ଏହି ୪ ଘଣ୍ଟା ଭାରୀଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି l ଦ୍ଵିତୀୟ ପୋଲ ନିର୍ମାଣ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର