ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଭିତର କାଠ ପାଖରୁ ଠାକୁରଙ୍କ ଦର୍ଶନ ଉପରେ କଟକଣା, ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ଛୁଇଁବା ଉପରେ ବାରଣ

ମାସ୍କ ପିନ୍ଧିବେ ଶ୍ରୀମନ୍ଦିରର ସେବାୟତ

ପୁରୀ: କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣର  ମୁକାବିଲା ପାଇଁ  ଶ୍ରୀଜଗନ୍ନାଥ ମନ୍ଦିରରେ କି କି ପଦକ୍ଷେପ ନିଆଯିବ ସେଥିନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ନିଷ୍ପତ୍ତି  ଅନୁସାରେ ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ଶ୍ରୀମନ୍ଦିର ଭିତର କାଠ ପାଖରୁ ଠାକୁରଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି । ସେହିଭଳି ସୁରକ୍ଷା ଦୃଷ୍ଟିରୁ ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଜନସମାଗମ ଉପରେ ବି କଟକଣା ଜାରି କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭକୁ ଭକ୍ତଙ୍କୁ ଛୁଇଁବାକୁ ବାରଣ କରାଯାଇଛି।

ସେହିପରି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ମନ୍ଦିରରେ ପୂଜା ବେଳେ ଶ୍ରୀମନ୍ଦିରର ସେବାୟତମାନେ ମାସ୍କ ପିନ୍ଧିବେ । ଏଥିସହିତ ବାରମ୍ବାର ହାତ ଧୋଇବାକୁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର