ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶ ପରେ ଆନ୍ତଃରାଜ୍ୟ ନିଶା ବେପାର ନେଇ ଏସଟିଏଫ ଆକ୍ସନ ମୋଡ୍ରେ ଆସିଛି। ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ)ନିଶା ବେପାର ଉପରେ କଡ଼ା ନଜର ରଖିଛି।
ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ନେଇ ରାଜ୍ୟ ବାହାର ପୁଲିସ ସହ ଯୋଗାଯୋଗରେ ଏସଟିଏଫ ରହିଛି ବୋଲି ଏସଟିଏଫ ଏସ୍ପି ରବି ଶତପଥୀ କହିଛନ୍ତି। ସମସ୍ତ ଜିଲ୍ଲା ଏସ୍ପିଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଛି।
ଡିଜିପି ଓ ଡିଜିପି କ୍ରାଇମଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ଅପରେସନ ଆରମ୍ଭ ହୋଇଛି । ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ପକ୍ଷରୁ ବିଭିନ୍ନ ଅଞ୍ଚଳରେ କଡ଼ା ନଜର ରଖାଯାଇଛି। ବିଭିନ୍ନ ଖଟି, ଦୋକାନ, ବସ୍ତିରେ ସାଦା ପୋଷାକଧାରୀ ପୁଲିସଙ୍କୁ ମୁତୟନ କରାଯାଇଛି।
ରାଜ୍ୟରେ ବଢ଼ି ଚାଲିଥିବା ନିଶା କାରବାରକୁ ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଆସନ୍ତା ଦୁଇ ଦିନ ଚଢ଼ଉ ଜୋରଦାର କରାଯିବ।
ରାଜ୍ୟରେ ଦେଖା ଯାଉଥିବା ହାଇପ୍ରୋଫାଇଲ ନିଶା ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ ଉପରେ ଫୋକସ କରାଯାଉଛି ବୋଲି ଏସଟିଏଫ୍ ଏସ୍ପି ସୂଚନା ପ୍ରଦାନ କରିଛନ୍ତି।
ଏହି ମଣିଷମରା ନିଶା କରବାରର ମାଷ୍ଟର ମାଇଣ୍ଡଙ୍କୁ ବାନ୍ଧିବା ଓ ଏମାନଙ୍କ ଏଜେଣ୍ଟଙ୍କୁ ବାନ୍ଧି ଜେଲ୍ ପଠାଇବାକୁ ଯୋଜନା କରାଯାଇଛି। ସେଥିପାଇଁ ଏନସିବି, ଡିଆରଆଇ ସହ ଯୋଗାଯୋଗରେ ରାଜ୍ୟ ଏସଟିଏଫ ରହିଛି ବୋଲି ଏସ୍ପି କହିଛନ୍ତି। ତେବେ ଦୀର୍ଘ ୧୫ ଦିନ ହେଲା ଚଢ଼ଉ ଜାରି ରହିଥିବା ସେ କହିଛନ୍ତି।
STF | Crime | inter-state drug trade
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/14/strict-vigil-on-inter-state-drug-trade-stf-in-action-mode-2025-08-14-13-53-07.jpg)