ବାରିପଦା: ସାଧାରଣ ଲୋକଙ୍କ ଯାତାୟତ ସୁବିଧାକୁ ଅବହେଳା କରି ନିଜର ମନମୁଖୀ କାରବାର କରୁଥିବା ଠିକା ସଂସ୍ଥା ବିରୋଧରେ ଆଜି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।
ବାରିପଦା ସହରର ମୁର୍ଗାବାଡ଼ି ନିକଟସ୍ଥ ନିଗମାନନ୍ଦ ଆଶ୍ରମ ସମ୍ମୁଖରେ ତିନିଲାଇନ ବିଶିଷ୍ଟ ରାଜପଥ ଉପରେ ମୁର୍ଗାବାଡ଼ିଠାରୁ ରେଲୱେ ଲେବଲ୍ କ୍ରସିଂ ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ ଯୋଗୁଁ ୨୬ ଓ ୨୧ ନମ୍ବର ଓ୍ବାର୍ଡ ସମେତ ବେତନା ପଞ୍ଚାୟତର ଅଧିକାଂଶ ଗ୍ରାମବାସୀଙ୍କର ଦୈନନ୍ଦିନ ବାରିପଦା ସହରକୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ତେବେ ଏହି ନିର୍ମାଣାଧୀନ ରାସ୍ତା କାମ ଯୋଗୁଁ ଉଭୟ ଓ୍ବାର୍ଡ ମଧ୍ୟରେ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଛି । ଗତ ଜାନୁୟାରୀ ୩୧ତାରିଖ ଦିନ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଗଳା ପୋଲ ନିର୍ମାଣ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଆଜି ଏହି ଅବରୋଧ କରାଯାଇଥିଲା। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।
ବିଧାୟକ ବାରିପଦା ପ୍ରକାଶ ସୋରେନ, ଏନ ଏଚର ବିଦ୍ୟାଧର ପଣ୍ଡା , ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ପିଏ ଆଇଟିଡିଏ ବିଜନ କୁମାର ଥମ୍ବ, ଏସଡ଼ିପିଓ କେ କେ ହରିପ୍ରସାଦ, ତହସିଲଦାର ପ୍ରମୁଖ ପହଞ୍ଚି ଆଲୋଚନା କରିବା ପରେ ଗଳାପୋଲ ନିର୍ମାଣ ନିମନ୍ତେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ୩ ଦିନ ସମୟ ନେଲେ । ଫଳରେ ରାସ୍ତା ଅବରୋଧ ୩ ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଜଣାଯାଇଛି।
ଗଳାପୋଲ ନିର୍ମାଣ ଦାବିରେ ବାରିପଦାରେ ଜାତୀୟ ରାଜପଥ ଅବରୋଧ
ସଂପୃକ୍ତ ଠିକା ସଂସ୍ଥାର ମନମୁଖୀ କାରବାର ଅଭିଯୋଗ
/sambad/media/post_attachments/wp-content/uploads/2020/02/road-rajkishore.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)