ରାଉରକେଲା: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଥିବା ଛଅଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି ସୁନ୍ଦରଗଡ଼ ଜିଲ୍ଲାରେl ରାଉରକେଲା ସମେତ ସୁନ୍ଦରଗଡ଼, ବଣାଇ, ରାଜାମୁଣ୍ଡା, ବେଦବ୍ୟାସ ଆଦି ସ୍ଥାନରେ ବନ୍ଦ ପାଳନକୁ ଜୋରଦାର କରାଯାଇଛିl ରାଉରକେଲାରେ ସିଟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମିହାନ୍ତି, ବିମାନ ମାଇତି, ଜାହାଙ୍ଗୀର ଅଲି, କଂଗ୍ରେସ ଜିଲ୍ଲା ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଛନ୍ତିl
ବସ ଚଳାଚଳ, ପେଟ୍ରୋଲ ପମ୍ପ, ବ୍ୟବସାୟ ଅନୁଷ୍ଠାନ, ସରକାରୀ ଅଫିସ ଆଦି ବନ୍ଦ ରହିଛି l ବଣାଇ ଓ ବେଦବ୍ୟାସ ଛକରେ ଜାତୀୟ ରାଜପଥ ଅବରୋଧ କରାଯାଇଥିବାରୁ ଶହ ଶହ ଟ୍ରକ, ଡମ୍ପର ଓ ଟିପ୍ପର ଅଟକି ରହିଛିl ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରର ପ୍ରମୁଖ ଛକ, ଜନ ଗହଳିପୂର୍ଣ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Odisha-Bandh-For-6-Hours_Thumbnail.jpg)