ସମ୍ବଲପୁର : ସାଧାରଣ ନିର୍ବାଚନ ନେଇ ଆଚରଣ ସଂହିତା ଲାଗୁ ପରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ କୋହଳ କରାଯାଇଛି। ଆଜି ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆଜି ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯେ, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନକୁ କୋହଳ କରାଯିବ। ତେବେ, ଓକିଲଙ୍କ ପିକେଟିଂ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତି ମାସ ଶେଷ ୩ ଦିନ ପୂର୍ବ ଭଳି ପିକେଟିଂ କରାଯାଇ ବିଚାରପତିଙ୍କୁ ଅଦାଲତକୁ ନଯିବାକୁ ଅନୁରୋଧ କରାଯିବ। ଆସନ୍ତାକାଲିଠାରୁ ରିଲେ ଅନଶନ ପ୍ରତ୍ୟାହୃତ ହେବ। ବରିଷ୍ଠ ନାଗରିକ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଏହାର ପ୍ରତ୍ୟାହାର କରାଯିବ। ବରିଷ୍ଠ ନାଗରିକ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଏହାର ପ୍ରତ୍ୟାହାର କରାଯିବ। ଜରୁରୀ କାର୍ଯ୍ୟକ୍ରମ ଅର୍ଥାତ ନୂଆ ମାମଲା ଫାଇଲ କରାଯାଇ ପାରିବ କିନ୍ତୁ ଏହା ଶୁଣାଣି ହୋଇ ପାରିବନାହିଁ। ମଧ୍ୟବର୍ତ୍ତକାଳୀନ ଅର୍ଡର, ଜମାନତ ହୋଇ ପାରିବ। ସାକ୍ଷୀ ସମନ ହୋଇ ପାରିବ ନାହିଁ। ସାଧାରଣ ନିର୍ବାଚନ ପରେ ନୂଆ ସରକାର ୩ ମାସ ମଧ୍ୟରେ ହାଇକୋର୍ଟ ବେଞ୍ଚ ନେଇ ପଦକ୍ଷେପ ନନେଲେ ପୁନର୍ବାର କାର୍ଯ୍ୟବନ୍ଦ ପାଇଁ ପଦକ୍ଷେପ ନିଆଯିବ।
ବୈଠକରେ ସମ୍ପାଦକ ପ୍ରବୀଣ ସିଂହଦେଓଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/SBPHO13-SBP-Okila-Sangha-Baithak.jpg)