ଗାଇସିଲାଟ୍: ବରଗଡ଼ ଜିଲ୍ଲା ବିଜେପୁର ଓ ଗାଇସିଲାଟ୍ ବ୍ଲକରେ ସବୁବେଳେ ମରୁଡ଼ି ସମସ୍ୟା ଦେଖା ଦେଉଥିବାରୁ ସ୍ଥାୟୀ ଜଳସେଚନ ବ୍ୟବସ୍ଥା ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ। ଏପରିକି ଏହି ବିଷୟକୁ ନେଇ ଦୁଇ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇସାରିଲେଣି। ଗାଇସିଲାଟ୍ ବ୍ଲକର ଗ୍ରୀଣ୍ଡୋଲମାଲ ଓ କେନ୍ଦୁଭଟା ଗ୍ରାମର ଚାଷୀ ଜଳସେଚନ ସୁବିଧା କରାନଗଲେ ଏହି ଦୁଇ ଗାଁ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଆଜି ଗାଇସିଲାଟ୍ ଠାରେ ଏହି ଦୁଇ ଗାଁର ଚୈତନ୍ୟ ସାହୁ, ହିମାଂଶୁ ମାଝୀ, ବେଟିଖାଇ ସାହୁ, ଖଗେଶ୍ୱର ସାହୁ, ସେନକ ବଢେଇ, ଉଜ୍ୱଳ ବୁଡେକ, ମୁରଲି ମାଝୀଙ୍କ ନେତୃତ୍ୱରେ ମହିଳା ଓ ପୁରୁଷମାନେ ଏକ ରାଲି କରିବା ପରେ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆନ୍ଦୋଳନରତ ଅଛନ୍ତି। ଏହି ଦୁଇ ଗାଁର ବଡ଼ପୋଖରୀ ଖଲିଆକଁଟାରେ ପ୍ରସ୍ତାବିତ ଅଙ୍ଗନଦୀ ମେଗା ଜଳସେଚନ ଯୋଜନାରୁ ପାଣି ଅଣାଯାଇ ଗ୍ରାମକୁ ଯୋଗାଇ ଦେବା ପାଇଁ ଏମାନେ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ୨୦୧୭ରେ ୩ ଦିନ ଧରି ସେମାନେ ଆନ୍ଦୋଳନ କରିଥିଲେ। ତେବେ ଏଥିରୁ କୌଣସି ସୁଫଳ ନମିଳିଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଜଣାଇଛନ୍ତି।
ଗାଇସିଲାଟ୍ ମରୁଡ଼ି ଅଂଚଳରେ ଜଳସେଚନ ଦାବି
/sambad/media/post_attachments/wp-content/uploads/2018/01/brgh26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)