ଆସନ୍ତାକାଲି ରାଜ୍ୟବ୍ୟାପି ୨୪ଘଣ୍ଟିଆ ପରିବହନ ଧର୍ମଘଟ: ଅନ୍‌ଲାଇନ୍‌ ସିଟି ଓ ବିଏଡ୍ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୭ ପରିବର୍ତ୍ତେ ୧୬ରେ ହେବ

ଭୁବନେଶ୍ୱର: ଆସନ୍ତାକାଲି(ମଙ୍ଗଳବାର) ରାଜ୍ୟବ୍ୟାପି ୨୪ଘଣ୍ଟିଆ ପରିବହନ ଧର୍ମଘଟର ଘୋଷଣା କରାଯାଇଛି।  ଏଥିଲାଗି ଅଗଷ୍ଟ ୭ ତାରିଖ, ମଙ୍ଗଳବାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ  ଅନୁଷ୍ଠିତ ହେବାକୁ ଥିବା ଅନ୍‌ଲାଇନ୍‌ ସିଟି ଓ ବିଏଡ୍ ପ୍ରବେଶିକା ପରୀକ୍ଷା ଘୁଞ୍ଚାଇ ଦିଅାଯାଇଛି । ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୭ ତାରିଖ ପରିବର୍ତ୍ତେ ଅଗଷ୍ଟ ୧୬ରେ ହେବ ବୋଲି  ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଏକ  ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି କି ଏ ନେଇ ପରୀକ୍ଷାର୍ଥୀ ଆଦୌ ବିଚଳିତ ହେବାର ଆବଶ୍ୟକ ନାହିଁ। କାରଣ ଅଗଷ୍ଟ ୧୬ରେ ହେବାକୁ ଥିବା ଏହି  ପରୀକ୍ଷା ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର