ସବ୍‌ଡିଭିଜନ୍‌ ମାନ୍ୟତା ଦାବିରେ ବରପାଲି ବନ୍ଦ ଶାନ୍ତିପୂର୍ଣ୍ଣ

ବରପାଲି : ସବ୍‌ଡିଭିଜନ୍‌ ମାନ୍ୟତା ଏବଂ ବରଗଡ଼ରେ କ୍ୟାନ୍‌ସର୍‌ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଆଜି ବରପାଲିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସମସ୍ତ ଅନୁଷ୍ଠାନ, ସଂଘ ଓ ଜନସାଧାରଣ ଏହି ବନ୍ଦକୁ ସମର୍ଥନ ଜଣାଇଥିଲେ। ଦୋକାନ,ବଜାର ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା। ତେବେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଥିଲା।

ଏହି ଅବସରରେ ଦଳମତ ନିର୍ବିଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଧାୟିକା ରୀତା ସାହୁ, ବଣିକ ସଂଘ ସଭାପତି ନନ୍ଦଲାଲ ସାହୁ, ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌୍‌, ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ, ବିଜେଡି ନେତା ଗୌରହରୀ ମିଶ୍ର, ମୋତିଲାଲ ଅଗ୍ରୱାଲ, ଏନଏସି ଅଧ୍ୟକ୍ଷା ମୀନା ସେଠ୍‌, ନରେନ୍ଦ୍ର ହୋତା, ଶଙ୍କର୍ଷଣ ମେହେର, ହାଡ଼ୁ ଦାଶ ମଞ୍ଚାସୀନ ରହି ଆନ୍ଦୋଳନକୁ ତୀବ୍ର କରିବାକୁ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର