ଦୁଇ ସ୍କୁଲରେ ତାଲା ପକାଇ ଗର୍ଜିଲେ ଗ୍ରାମବାସୀ

ଖଳିଆକାନି/କେଗାଁ: ଷଷ୍ଠରୁ ଅଷ୍ଟମ ଶ୍ରେଣୀକୁ ଉନ୍ନୀତ କରିବା ଦାବିରେ ସୋମବାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ଗଣ୍ଡାମେର ଗ୍ରାମବାସୀ ଦୁଇଟି ସ୍କୁଲରେ ତାଲାବନ୍ଦ ଆନ୍ଦୋଳନ କରିଥିଲେ। ଗାଁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଓ ବୈଦ୍ୟନାଥ ବିଦ୍ୟାଳୟର ଫାଟକରେ ତାଲା ପକାଇ ଗ୍ରାମବାସୀ ଧାରଣାରେ ବସିଛନ୍ତି।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ଗୋଲାମୁଣ୍ଡା ବିଇଓ ନବକିଶୋର ସାହୁ ଓ ଏବିଇଓ ଲବଣୀ ନାଏକ ଧାରଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ହେଲେ ଗ୍ରାମବାସୀ ଜିଦ୍‌ରେ ଅଟଳ ରହିଛନ୍ତି।

ସମ୍ବନ୍ଧିତ ଖବର