କୁଜଙ୍ଗ ଜେଲ୍‌ରେ କଏଦୀଙ୍କ ଅନଶନ

କୁଜଙ୍ଗ : ନିମ୍ନ ମାନର ତଥା ସ୍ୱଳ୍ପ ପରିମାଣର ଖାଦ୍ୟ ଦିଆଯିବା ପ୍ରତିବାଦରେ ଆଜି କୁଜଙ୍ଗ ସବ୍‌ ଜେଲର କଏଦୀମାନେ ଅନଶନ କରିଛନ୍ତି। ସେମାନେ ଏ ସମ୍ପର୍କରେ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ଫର୍ଦ୍ଦ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରିଛନ୍ତି। ଦିନ ଗୋଟାଏ ସମୟରେ ସିନିୟର ସୁପରିଟେଣ୍ଡେଣ୍ଟ ନିରଞ୍ଜନ ଦାସ କୁଜଙ୍ଗ ସବଜେଲକୁ ଆସି କଏଦୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କର ସମସ୍ତ ଅଭିଯୋଗ ଶୁଣାଯିବା ସହିତ ତାହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିବାପରେ କଏଦୀମାନେ ଅନଶନ ଆନ୍ଦୋଳନରୁ ଓହରିଥିଲେ। ଅନ୍ୟପଟେ ଜେଲର ମନସ୍ୱିନୀ ନାୟକ କହିଛନ୍ତି ଯେ ଗତ ତିନି ମାସ ହେବ କଏଦୀ ମାନଙ୍କ ମୁଣ୍ଡପିଛା ଖାଦ୍ୟ ସମାଗ୍ରୀ ହ୍ରାସ କରାଯାଇଛି। ତେଣୁ ସେହି ଅନୁଯାୟୀ କଏଦୀ ମାନଙ୍କୁ ଖାଦ୍ୟ ପରିବେଷଣ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର