ନୟାଗଡ଼ ଚିନିକଳ କାର୍ଯ୍ୟକ୍ଷମ କରିବା ଦାବି : ନୟାଗଡ଼ ଜିଲ୍ଲା ବନ୍ଦ ଆଜି

ନୟାଗଡ଼ : ୨୦୧୪ ମସିହାରୁ ନୟାଗଡ଼ ପାଣିପୋଇଲାଠାରେ ବନ୍ଦ ହୋଇ ପଡ଼ିଥିବା ନୟାଗଡ଼ ଚିନିକଳକୁ କାର୍ଯ୍ୟକ୍ଷମ କରାଇବା ଦାବି ଜୋର୍ ଧରିଛି। ଚିନିକଳ କ୍ରିୟାନୁଷ୍ଠାନ କମିଟି ଜରିଆରେ ଚାଷୀଙ୍କ ବ୍ୟାପକ ଆନ୍ଦୋଳନ, ନୟାଗଡ଼ରୁ ନବୀନ ନିବାସ ପଦଯାତ୍ରା ପରେ ମଧ୍ୟ ଚିନିକଳ ଚଳାଇବା ନେଇ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏହି ପରିପ୍ରେକ୍ଷୀ‌ରେ ଆସନ୍ତାକାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦିଅଯାଇଛି।

ଏଥିପୂର୍ବରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ବିଶ୍ବନାଥ ମହାପାତ୍ର, ମନୋଜ ସାହୁ, ସନ୍ତୋଷ ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଶିବରାମ ମହାପାତ୍ର ପ୍ରମୁଖ ଚାଷୀ ଏବଂ ବିଭିନ୍ନ ସଂଗଠନକୁ ନେଇ ଜନଜାଗରଣ ବୈଠକ କରିଛନ୍ତି। ଆଜି ସନ୍ଧ୍ୟାରେ ମଧ୍ୟ ନୟାଗଡ଼ ବସ୍‌ଷ୍ଟାଣ୍ଡରେ ଜନଜାଗରଣ ବୈଠକ କରାଯାଇଛି। ଆସନ୍ତାକାଲି ବନ୍ଦକୁ ବ୍ୟବସାୟୀ, ବିଭିନ୍ନ ଯାନବାହାନ ସଂଘ, ସାଧାରଣ ଲୋକ ସମର୍ଥନ କରୁଥିବା କ୍ରିୟାନୁଷ୍ଠାନ କମିଟି କହିଛି। ତେବେ ବନ୍ଦ ସମୟରେ କୌଣସି ଜରୁରୀ ସେବାକୁ ବାଧା ଦିଆଯିବ ନାହିଁ ବୋଲି କମିଟି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର