ଭଦ୍ରକ: ନିଖିଳ ଓଡ଼ିଶା ଜିପିଏଲ୍ଏଫ୍ଇସି ସଂଘର ଆହ୍ଵାନରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍ରୁ ହଜାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନର ଇସି ସଦସ୍ୟ ମହିଳାମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପନ କରିଛନ୍ତି। ନିଖିଳ ଓଡ଼ିଶା ଜିପିଏଲଏଫ୍ ଇସି ସଂଘର ଜିଲ୍ଲା ସଭାପତି ଜାନକୀ ଲତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଉଦବୋଧନ ଦେଇ ଜିପିଏଲଏଫଇସି ମାନଙ୍କ ମାସିକ ମାନ ଦେୟ ୨୬ହଜାର ଟଙ୍କା ପ୍ରଦାନ, ଜିପିଏଲଏଫଇସିମାନଙ୍କୁ ଓ୍ଵାର୍କର ମାନ୍ୟତା ସହ ସ୍ଥାୟୀ ନିଯୁକ୍ତି, ବିଭିନ୍ନ ସାମାଜିକ ନିରାପତ୍ତା ବାବଦକୁ ବିଏସକେଓ୍ଵାଇ ବୀମା, କାର୍ଯ୍ୟକାଳ ୬୨ବର୍ଷକୁ ଧାର୍ଯ୍ୟ କରିବା, କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ହେଲେ ୫ଲକ୍ଷ ଟଙ୍କାର ସହାୟତା ରାଶି, ୬୨ବର୍ଷରେ କାର୍ଯ୍ୟରୁ ଅବ୍ୟାହତି ପରେ ୫ଲକ୍ଷଟଙ୍କାର ସହାୟତା, ଅବସର ପରେ ମାସିକ ପେନସନ ୧୦ହଜାର ଟଙ୍କା ଘୋଷଣା ଦାବିରେ ଆନ୍ଦୋଳନ କରାଯାଇଥିଲ।
/sambad/media/post_attachments/wp-content/uploads/2024/03/IMG-20240306-WA0003.jpg)
ସଂଘର ଏହି ଦାବି ପୂରଣ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲୁ ରହିବ ଵୋଲି ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ବରିଷ୍ଠ ଓକିଲ ଦିବ୍ୟ ସିଂହ ନାୟକ ଉଦ୍ବୋଧନ ଦେଇ ରାଜ୍ୟ ଓ କେନ୍ଦ୍ର ସରକାର ମିଶନ ଶକ୍ତି ଆଢ଼ୁଆଳରେ ମହିଳା ଶୋଷଣ, ବିଜେପି ବିଜେଡ଼ି ଅଘୋଷିତ ଵୁଝାମଣାରେ ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକାକୁ ବିପର୍ଯ୍ୟସ୍ତ କରାଇବା ଘଟଣାକୁ ଦୃଢ଼ ନିନ୍ଦା ସହ ଦରବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସୂଚନା ଦେଇ ନିଜ ଅଧିକାର ହାସଲ ପାଇଁ ଜିପିଏଲଏଫଇସି ଆନ୍ଦୋଳନକୁ ଦୃଢ଼ ସମର୍ଥନ ଘୋଷଣା କରିଥିଲେ। ଏହି ବିକ୍ଷୋଭରେ ଜମାକାରୀ ଆନ୍ଦୋଳନର ଭଦ୍ରକ ଆବାହକ ଉମେଶ ଚନ୍ଦ୍ର ନାୟକ, ଜିପିଏଲଏଫଇସି ସଂଘର ମମତା ନାୟକ, ରାଜେଶ୍ଵରୀ ଦାସ, ମିନାକ୍ଷୀ ନାୟକ, ଚାରୁବାକୀ ସାହୁ, ସ୍ଵୟଂପ୍ରଭା ନାୟକ, ମମତା ମଣ୍ଡଳ, କାମିନୀ ଦାସ, ମୀନତୀ ବାରିକ, କମଳା ସାହୁ, ଝୁନୁ ଲତା ମହାପାତ୍ର, ସଞ୍ଜୁଲତା ରାଉତ, ମଞ୍ଜୁଲତା ବାରିକ, କବିତା ପୃଷ୍ଟି, ଅନୁସୟା ଜେନା, ତିଳୋତ୍ତମା ମହାନ୍ତି, ଅନୁପମା ନାୟକ, ଅପର୍ଣ୍ଣା ଦାସ, ବିଦ୍ୟୁତ ପ୍ରଭା ସାହୁ , ମଧୁସ୍ମିତା ମଲ୍ଲିକ ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ଜାନକୀ ଲତା ନାୟକଙ୍କ ନେତୃତ୍ଵରେ ଏକ ୭ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/IMG-20240306-WA0007.jpg)