‘ପରୀ’ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବାଲେଶ୍ବର ବିଜେପି ମହିଳା ମୋର୍ଚ୍ଚା

ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ଗିରଫ ସହ ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କୁ ବହିଷ୍କାର ପାଇଁ ଦାବି

ବାଲେଶ୍ବର: ବହୁଚର୍ଚ୍ଚିତ ‘ପରୀ’ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଜଡ଼ିତ ଥିବା ଅଭିଯୋଗ କରି ବାଲେଶ୍ୱର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କମଳା ବିନ୍ଧାଣୀଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିI ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ମନ୍ତ୍ରୀ ଶ୍ରୀ ସାହୁ ଘଣ୍ଟ ଘୋଡାଇବା ସହ ସୁରକ୍ଷା ଦେଉଥିବା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତିI

ଅନ୍ୟପକ୍ଷେ ଘଟଣାକୁ ଚପାଇଦେବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ମନ୍ତ୍ରୀ ଧମକ ଦେଉଥିବା ଅଡିଓ ଭାଇରାଲ ହୋଇଛି I ଏଣୁ ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ଗିରଫ ସହ ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କୁ ବହିଷ୍କାର ପାଇଁ ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛିI ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ପାଇଁ ସେମାନେ ଦାବି କରିଛନ୍ତି I ଏହି ଅବସରରେ ମୋର୍ଚ୍ଚାର କର୍ମୀମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ପୋଷ୍ଟର ପୋଡ଼ି ବିରୋଧ ପ୍ରଦର୍ଶନ କରିଥିଲେ I

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ନଗର ମହିଳାମୋର୍ଚ୍ଚା ସଭାପତି ପିଙ୍କି ପ୍ରଧାନ, ସୁମତି ରାଣି ଦେ, ବିଷ୍ଣୁପ୍ରିୟା ଅଧିକାରୀ, ଜୁବୁଲି ମହାନ୍ତି, ଜାନକୀ ମହାରଣା, ଅମିତା ଦାସ, ଆଶାଲତା ବାଡି, ମିଲିରାଣୀ ବେହେରା, ଛବି ରାଉତ, ତରୁଲତା ମହାନ୍ତି, ଅବନ୍ତୀ ସାହୁ, ପାର୍ବତୀ ଜେନା ଓ ମନୋରମା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର