ଖୋର୍ଦ୍ଧା ଉପକାରାଗାର କର୍ମଚାରୀଙ୍କ ଧାରଣା

ଖୋର୍ଦ୍ଧା: ୫ ଦଫା ଦାବିରେ ଆଜି ଠାରେ ଖୋର୍ଦ୍ଧା ଉପକାରାଗାରର କର୍ମଚାରୀଙ୍କ ଧାରଣା ଆରମ୍ଭ ହୋଇଛି। ଆଜି ସକାଳେ କର୍ମଚାରୀମାନେ ନିଜର ବୃତ୍ତି-ପୋଷାକ ପିନ୍ଧି କାରାଗାର ସମ୍ମୁଖ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା କର୍ମଚାରୀ ସଂଘର ସଭାପତି ପ୍ରମୋଦ କୁମାର ଗୁମାନସିଂହ, ସମ୍ପାଦକ ଦେବୀ ପ୍ରକାଶ ପଣ୍ଡା, ଶାନ୍ତିଲତା ମହାପାତ୍ର, ମନୋରଞ୍ଜନ ରାଉତରାୟ ପ୍ରମୁଖ ନିଜର ଦାବି ଓଧାରଣା ନେଇଏକ ସ୍ମାରକପତ୍ର ଖୋର୍ଦ୍ଧା ଉପକାରାଗାର ଅଧିକ୍ଷକ କୃଷ୍ଣଚନ୍ଦ୍ର ରାଉତଙ୍କୁ ପ୍ରଦାନ କରିଥିଲେ। ନିଜର ଦାବି ସମ୍ପର୍କରେ ସେମାନେ କହିଛନ୍ତି ଯେ କାରାରକ୍ଷୀ ଓ ମୁଖ୍ୟ କାରାରକ୍ଷୀଙ୍କ ଗ୍ରେଡ୍‌ ପେ ଯଥାକ୍ରମେ ୧୯ଶହ ଟଙ୍କା ୨ହଜାର ଓ  ୨ହଜାରରୁ ୨୪୦୦ଟଙ୍କାକୁ ବୃଦ୍ଧି, ଉପଖଣ୍ଡସ୍ତର ବଦଳିକୁ କୋହଳ କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨ ପୁନଃ ପ୍ରଚଳନ କରିବା ଆଦି ନେଇ ଚଳିତ ମାସ ୧୩ ତାରିଖରୁ କଳାବ୍ୟାଜ୍‌ ପିନ୍ଧିଥିଲେ। ରାଜ୍ୟସରକାର ସେମାନଙ୍କ ଦାବିପ୍ରତି ସମ୍ବେଦନଶୀଳ ନଥିବାରୁ ଆଜି ଠାରୁ ସେମାନେ ଖାଦ୍ୟ, ପାନୀୟ ଗ୍ରହଣ ନକରି ଦାବି ପୂରଣ ହେବା ଯାଏଁ ଧାରଣା ଦେବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର