ପୁଲିସର ଦୁର୍ବ୍ୟବହାର ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଥାନା ସମ୍ମୁଖରେ ଧାରଣା

ଲକ୍ଷ୍ମୀପୁର: ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୁଲିସର ଦୁର୍ବ୍ୟବହାର ପ୍ରତିବାଦରେ ସାମ୍ବାଦିକମାନେ ଲକ୍ଷ୍ମୀପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ୨୦ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଥିଲା ବେଳେ ଆଜି ଏକ ନମ୍ବର ଜୋନ ପାଇଁ ଗଣତି ହେଉଛି।

ବ୍ଲକ ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ଏନେଇ ଖବର ସଂଗ୍ରହ ଓ ପ୍ରସାରଣ ପାଇଁ ପ୍ରବେଶ ପତ୍ର ଦେଇ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରିଥିଲେ। କିନ୍ତୁ ସ୍ଥାନୀୟ ଏସଡିପିଓ ଆସି ଦୁର୍ବ୍ୟବହାର କରିବା ସହିତ ସାମ୍ବାଦିକମାନଙ୍କୁ ବାହାରକୁ ବାହାରି ଯିବା ପାଇଁ କହିଥିଲେ। ଏଥିପାଇଁ ବାଧ୍ୟ ହୋଇ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଆସି ଲକ୍ଷ୍ମୀପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜନସାଧାରଣଙ୍କୁ ଖବର ପହଞ୍ଚାଇବା ପାଇଁ ସାମ୍ବାଦିକମାନଙ୍କୁ ନିର୍ବାଚିତ ଅଧିକାରୀ ପ୍ରବେଶ ପତ୍ର ଦେଇଥିଲେ। ତେବେ ପୁଲିସର ଏପରି ଏହି ଘଟଣାକୁ ନେଇ ସାଧାରଣରେ ଲୋକଙ୍କ ସହିତ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର