ବକେୟା ଦରମା ଦାବିରେ ସୁନ୍ଦରଗଡ଼ ଜିଲ୍ଲାର ୪୭ଟି ଟେଲିକମ ଅଫିସରେ ତାଲାବନ୍ଦ ଆନ୍ଦୋଳନ

ରାଉରକେଲା : ଦଶ ମାସର ବକେୟା ଦରମା, କର୍ମଚାରୀ ଛଟେଇ ପ୍ରତିବାଦରେ କାଜୁଆଲିଟି କର୍ମଚାରୀ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଟେଲିକମ ରାଉରକେଲା ଅଫିସରେ ଧାରଣା ଦେଇଛନ୍ତି l ଜିଲ୍ଲା ସମସ୍ତ ୪୭ଟି  ଟେଲିକମ ଅଫିସ ସମ୍ମୁଖରେ ତାଲା ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି l ଅଫିସ ଭିତରକୁ କୌଣସି ଅଧିକାରୀଙ୍କୁ ପଶିବାକୁ ଦିଆଯାଇନାହିଁ l ବିଭାଗୀୟ ଅଧିକାରୀ ସମସ୍ୟାର ସମାଧାନ ନ କଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କର୍ମଚାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି l

ସେପଟେ ଅଫିସରେ ତାଲା ମରାଯାଇଥିବାରୁ ଜିଲ୍ଲାର ସମସ୍ତ ଅଫିସର ଦୈନଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି l ଅପରପକ୍ଷେ ଜିଲ୍ଲାରେ ଟେଲିକମ ଅଫିସରେ ପ୍ରାୟ ଅଢେଇ କୋଟିରୁ ଅଧିକ ଟଙ୍କାର ବିଜୁଳି ବିଲ ବାକି ପଡ଼ିଛି l ବକେୟା ବିଜୁଳି ପୈଠ ପାଇଁ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ଫଳ ଶୂନ l

ସମ୍ବନ୍ଧିତ ଖବର