ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଧର୍ମଘଟ ଜାରି ରହିଛି। ଏହି ଧର୍ମଘଟରେ ଗାଡ଼ି ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି । ୩ ମାସର କ୍ଷତିପୂରଣ ସମେତ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି ଓ ଶ୍ରମ ବିଭାଗ ଦ୍ୱାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ। ଏଥିରେ ମା’ ରାମଚଣ୍ଡୀ ବସ କର୍ମଚାରୀ ସଂଘର ଡ୍ରାଇଭର ହେଲପର ଓ କଣ୍ଡକ୍ଟର ସାମିଲ ହୋଇଛନ୍ତି ।

Advertisment

ଏହାଫଳରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଧର୍ମଘଟ ଯୋଗୁଁ କାକଟପୁର, ଅସ୍ତରଙ୍ଗ, କୋଣାର୍କ ଓ ପିପିଲିରୁ କୌଣସି ବସ ଚଳାଚଳ କରୁନାହିଁ । ଏହା ସହ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ କର୍ମଚାରୀ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି । ଫଳରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଧର୍ମଘଟ ଯୋଗୁଁ କାକଟପୁର ଅସ୍ତରଙ୍ଗ, କୋଣାର୍କ ଓ ପିପିଲିରୁ କୌଣସି ବସ ଚଳାଚଳ କରୁନାହିଁ । ଦାବି ପୂରଣ ହେଲେ ହିଁ ବସ ଚଳାଚଳ କରିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

publive-image

ଅନ୍ୟପଟେ, ଓଡ଼ିଶା ମୋଟର ଚାଳକ ସଂଘର ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ସେମାନଙ୍କ ଦାବି ଯୁକ୍ତିଯୁକ୍ତ । ସେମାନଙ୍କ ପାଇଁ ବୀମାର ଆବଶ୍ୟକତା ଅଛି । ସେମାନେ ଲିଖିତ ଆକାରରେ ଜଣାଇଥିଲେ, ସେମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ଅଛି । ଆର୍ଥିକ ସ୍ଥିତିକୁ ଦେଖାଯାଇ ନିଷ୍ପତ୍ତି ନିଆଯିବ ।