ଆଜି ଧର୍ମଘଟ : ବିଧାୟକମାନଙ୍କ ପାଇଁ ପୁଲିସ ସହାୟତା ନମ୍ବର ଜାରି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ଆଇନ ନେଇ ଆଜି ସାରା ଦେଶରେ ୬ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ବିଧାନସଭା ଶୀତକାଳୀନ ଅଧିବେଶନ ଚାଲୁଥିବାରୁ ବିଧାୟକମାନେ ବିଧାନସଭା ଆସିବାରେ କୌଣସି ଅସୁବିଧା ନ ହେବ, ସେଥିପାଇଁ ଭୁବନେଶ୍ବର ଡିସିପିଙ୍କ ସହାୟତା ନେବା ପାଇଁ ଆଜି ଗୃହରେ ଉପବାଚସ୍ପତି ରଜନୀ କାନ୍ତ ସିଂହ ୩ଟି ପୁଲିସ ସହାୟତା ନମ୍ବର ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା ୭୪୪୦୦୦୬୭୩୬, ୯୪୩୭୫୮୧୫୭୫ ଓ ୧୦୦। ଯଦି କୌଣସି ବିଧାୟକ ବିଧାନସଭା ଆସିବା ବାଟରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହେଲେ ପୁଲିସ ସହାୟତା ପାଇଁ ଡାଏଲ କରିପାରିବେ। ପ୍ରତ୍ୟେକ ବିଧାୟକ ଓ ବିଧାୟିକାଙ୍କୁ ବିଧାନସଭା ସଚିବାଳୟ ପକ୍ଷରୁ ଏହି ନମ୍ବରଗୁଡ଼ିକ ବିଷୟରେ ଜଣାଇଦେବାକୁ ଉପବାଚସ୍ପତି ଶ୍ରୀ ସିଂହ ରୁଲିଂ ଦେଇଛନ୍ତି।

ସମ୍ବନ୍ଧିତ ଖବର