ପ୍ରଧାନ ବିଚାରପତିଙ୍କ ସହିତ ଆଇନଜୀବୀଙ୍କ ଆଲୋଚନା : କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ

କଟକ : ଆଇନଜୀବୀମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ପରାମର୍ଶ ଦେଇଛନ୍ତି। ଆଜି ଓଡ଼ିଶା ଜୁଡିସିଆଲ ଏକାଡେମିଠାରେ ପ୍ରଧାନ ବିଚାରପତିଙ୍କୁ ଆଇନଜୀବୀଙ୍କ ଏକ ପ୍ରତିନିଧି ମଣ୍ତଳୀ ସାକ୍ଷାତ କରିଥିଲେ। ଦୀର୍ଘ ସମୟର ଏହି ଆଲୋଚନା ସମୟରେ ଆଇନଜୀବୀମାନେ ପ୍ରଧାନ ବିଚାରପତିଙ୍କୁ ସମଗ୍ର ଘଟଣା ସ˚ପର୍କରେ ଅବଗତ କରିଥିଲେ। ବାସ୍ତବିକ ସ୍ଥିତି କଣ ସେ ସ˚ପର୍କରେ ପ୍ରତିନିଧିମାନେ ସବିଶେଷ ତଥ୍ୟ ପ୍ରଧାନ ବିଚାରପତିଙ୍କୁ ଦେଇଥିଲେ। ଏଥିସହିତ ଆଇନଜୀବୀଙ୍କ ଦାବି ସ˚ପର୍କରେ ମଧୢ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଯାଇଥିଲା।

ଏହି ପ୍ରତିନିଧି ମଣ୍ତଳୀରେ ରାଜ୍ୟ ଆଇନଜୀବୀ ପରିଷଦ ଅଧୢକ୍ଷ ଡ. ଟହଲି ଚରଣ ମହାନ୍ତି, ବରିଷ୍ଠ ଆଇନଜୀବୀ ଡ.ଅଶୋକ କୁମାର ମହାପାତ୍ର, ବରିଷ୍ଠ ସଦସ୍ୟ ପି.କେ.ରାୟ, ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ଉପସଭାପତି ବ˚ଶୀଧର ଶତପଥୀ, ସ˚ପାଦକ ସତ୍ୟବ୍ରତ ମହାନ୍ତି ଓ କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି ସାମିଲ ହୋଇଥିଲେ। ଆଲୋଚନା ପରେ ରାଜ୍ୟ ଆଇନଜୀବୀ ପରିଷଦ ଅଧୢକ୍ଷ ଡ. ମହାନ୍ତି କହିଛନ୍ତି ଯେ, ଆଜି ପ୍ରଧାନ ବିଚାରପତିଙ୍କ ସହିତ ଏକ ଘଣ୍ଟା ଆଲୋଚନା ହୋଇଥିଲା। ଏହି ଅବସରରେ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଉପସ୍ଥିତ ଥିଲେ। ସକରାତ୍ମକ ଆଲୋଚନା ହୋଇଥିବା ବେଳେ ଓକିଲମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହାଇକୋର୍ଟ ବାର‌୍‌ ସ˚ପାଦକ ସତ୍ୟବ୍ରତ ମହାନ୍ତି ଆଲୋଚନା ସ˚ପର୍କରେ ସୂଚନା ଦେଇ କହିଛନ୍ତି ଯେ ବାସ୍ତିବକ ଘଟଣା ସ˚ପର୍କରେ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଯାଇଥିଲା। ଆଇନ ଅନୁସାରେ ପଦକ୍ଷେପ ନେବା ସହିତ କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରଧାନ ବିଚାରପତି ଆଇନଜୀବୀଙ୍କୁ ପରାମର୍ଶ ଦେଇଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏ ପ୍ରସ˚ଗରେ ସାଧାରଣ ପରିଷଦ ବୈଠକରେ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର