୪ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବଙ୍କ ଚିଠି : ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦେଶ

ଭୁବନେଶ୍ବର : ବର୍ଷା ଓ ବନ୍ୟା ସଂପର୍କିତ ସହାୟତା ପାଇଁ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା। ‌କୋରାପୁଟ, ମାଲକାନାଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ ସଂପର୍କରେ ଉଲ୍ଲେଖ କରିଛନ୍ତି।

ବନ୍ୟା ସମୟରେ ଗର୍ଭବତୀ ମହିଳାମାନଙ୍କୁ ମା’ଗୃହକୁ ସ୍ଥାନାନ୍ତରିତ କରିବା, ମୋବାଇଲ ମେଡିକାଲ ଟିମ୍‌କୁ ପ୍ରସ୍ତୁତ ରଖିବା, ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର