ମାଲକାନଗିରି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନିକଟରେ ୧୩୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବା ସହ ୧୨୪ ଅତ୍ୟାଧୁନିକ ବନ୍ଧୁକ ହସ୍ତାନ୍ତର କରିଛନ୍ତି। ସେଥି ମଧ୍ୟରେ ଇନସାସ୍ ଏଲ୍ଏମ୍ଜି ରାଇଫଲ ଗୋଟିଏ, ୩୧ଟି ଏକେ-୪୭, ୨୧ଟି ଇନସାସ୍, ୨୦ଟି ଏସ୍ଏଲ୍ଆର୍, ୧୮ଟି ୩୦୩, ୯ ଏମ୍ଏମ୍ ପିସ୍ତଲ ଗୋଟିଏ, ୮ ଏମ୍ଏମ୍ ପିସ୍ତଲ ଦୁଇଟି, ୧୮ଟି ସିଙ୍ଗଲ ସଟ୍ ବନ୍ଧୁକ, ୨ଟି ବିଜିଏଲ୍ ସମେତ ଅନ୍ୟ ହତିଆର ରହିଛି। ଆତ୍ମସର୍ମପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପିଏଲ୍ଜିଏ ବାଟାଲିଅନ-୧ର ୨ କେନ୍ଦ୍ରୀୟ କମିଟି ସଦସ୍ୟ, ଡିଭିଜନାଲ୍ କମିଟି ମେମ୍ବର ୩, ଏସିଏମ୍ ୧୮, ପାର୍ଟି ମେମ୍ବର ୧୯ ଜଣ ରହିଛନ୍ତି।
Malkangiri: ନକ୍ସଲମୁକ୍ତ ଆଡ଼କୁ ମାଲକାନଗିରି, ଆତ୍ମସମର୍ପଣ କଲେ ୨୨ ନକ୍ସଲ
ତେଲେଙ୍ଗାନା ରାଜ୍ୟ କମିଟିର ୩୦ ସଦସ୍ୟଙ୍କ ମଧ୍ୟରୁ ଡିଭିସିଏମ୍ ୨, ଏସିଏମ୍ ୧୨, ପାର୍ଟି ମେମ୍ବର ୧୬, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍ କମିଟିର ୩୨ ସଦସ୍ୟଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ, ଡିଭିସିଏମ୍ ୩, ଏସିଏମ୍ ୭, ୨୧ ପାର୍ଟି ମେମ୍ବର, ଦ୍ବିତୀୟ ସିଆର୍ସିର ୧୬ ନକ୍ସଲଙ୍କ ମଧ୍ୟରୁ ୨ ଡିଭିସିଏମ୍, ୪ ଏସିଏମ୍ ଏବଂ ୧୦ ପାର୍ଟି ମେମ୍ବର, ସେଣ୍ଟ୍ରାଲ କମିଟି ଷ୍ଟାଫ୍ ୧୦ ନକ୍ସଲଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ, ୫ ଏସିଏମ୍ ଏବଂ ୪ ପାର୍ଟି ମେମ୍ବର ରହିଛନ୍ତି। କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ନାମରେ ୨୫ ଲକ୍ଷ, ଡିଭିସିଏମ୍ କ୍ୟାଡରକୁ ୫ ଲକ୍ଷ, ଏସିଏମ୍କୁ ୪ ଲକ୍ଷ ଏବଂ ପାର୍ଟି ସଦସ୍ୟକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରହିଛି। ସେହିପରି ଏଲ୍ଏମ୍ଜି ବନ୍ଧୁକ ଲାଗି ୫ ଲକ୍ଷ, ଏକେ-୪୭ ପାଇଁ ୪ ଲକ୍ଷ, ଇନସାସ୍ ପାଇଁ ୨ ଲକ୍ଷ, ଏସ୍ଏଲ୍ଆର୍ ପାଇଁ ୨ ଲକ୍ଷ, ୩୦୩ ରାଇଫଲ୍କୁ ୧ ଲକ୍ଷ, ୟୁଜିବିଏଲ୍କୁ ୪୦ ହଜାର ଏବଂ ୧୨ ବୋର୍ ବନ୍ଧୁକକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।
Naxal: ସରଣ୍ଡାରେ ବଡ଼ ପରିବର୍ତ୍ତନ:ପଶ୍ଚିମ ସିଂହଭୂମ ‘ଅତି ନକ୍ସଲ ପ୍ରଭାବିତ’ ତାଲିକାରୁ ହଟିଲା
ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଡେଡ୍ଲାଇନକୁ ଆଉ ୨୩ ଦିନ ବାକିଥିବା ବେଳେ ଆନ୍ଧ୍ର-ତେଲେଙ୍ଗାନା-ଓଡ଼ିଶା ସୀମାରେ ନକ୍ସଲ ଦମନ ଅଭିଯାନକୁ ଜୋର୍ଦାର କରିଛି ପୁଲିସ। ସମୟ ସୀମା ମଧ୍ୟରେ ନକ୍ସଲ ଆତ୍ମସର୍ମପଣ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ୍ ଘୋଷଣା କରିଥିବାରୁ ଜଙ୍ଗଲ ଛାଡ଼ି ମୁଖ୍ୟସ୍ରୋତକୁ ଫେରିବାରେ ଲାଗିଛନ୍ତି ନକ୍ସଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/08/dgjjgdcbncbn-2026-03-08-01-50-39.jpg)