ଭୁବନେଶ୍ୱର: ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁଲିସ ପ୍ରଶାସନକୁ ଷ୍ଟ୍ରଙ୍ଗରୁମ ଚିନ୍ତା। ପୁଲିସର କଡା ନଜରରେ ରହିଛି ଭୁବନେଶ୍ୱର ବିଜେବି କଲେଜ। ଅନ୍ୟପଟେ ଷ୍ଟ୍ରଙ୍ଗରୁମର ସିସିଟିଭି ବନ୍ଦ ହେବାକୁ ନେଇ ନୀଳଗିରିରେ ଉତ୍ତେଜନା ଦେଖା ଦେଇଛି। ସୁରକ୍ଷା କର୍ମୀ ଓ ପୋଲିଂ ଅଧିକାରୀଙ୍କ ସହ କର୍ମୀଙ୍କ ମଧ୍ୟରେ ଏହାକୁ ଝଗଡା ଦେଖିବାକୁ ମିଳିଛି । ସିସଟିଭି ବନ୍ଦ କରି ଇଭିଏମ ଟ୍ୟାମ୍ପରିଂ କରଯାଉଥିବା ଅଭିଯୋଗ ଆଣିଛନ୍ତି କର୍ମୀ । ଯାହାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
ନିର୍ବାଚନ ସରିଥିଲେ ମଧ୍ୟ କର୍ମୀଙ୍କ ଆଖରେ ନିଦ ନାହିଁ। ଇଭିଏମ ଥିବା ଷ୍ଟ୍ରଙ୍ଗ୍ ରୁମକୁ ଜଗିଛନ୍ତି ବିଭିନ୍ନ ଦଳର କର୍ମୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଷ୍ଟ୍ରଙ୍ଗ ରୁମ ବାହାରେ କର୍ମୀମାନେ ବସିଥିବା ବେଳେ ସିସିଟିଭି ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଇଭିଏମଗୁଡ଼ିକ ସିସିଟିଭି ନଜରରେ ରହିଥିଲେ ମଧ୍ୟ କର୍ମୀମାନେ ବାହାରେ ରହି ସିସିଟିଭି ଉପରେ ନଜର ରଖିଛନ୍ତି। ଚଳିତ ବର୍ଷ ନୀଳଗିରିରେ ମୋଟ ୨୧୯ ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା। ଏସବୁ କେନ୍ଦ୍ରର ଇଭିଏମ ଏଠାରେ ରଖାଯାଇଛି ଥିବା ବେଳେ ଇଭିଏମ ବନ୍ଦ ହେବାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି ବିଭିନ୍ନ ଦଳର କର୍ମୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Untitled-1.png)