ଅପହରଣ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଇଲାକାର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଇଦିନ ଧରି ଦୁଷ୍କର୍ମ ସହ ମାଡ଼ ମରାଯାଇଥିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଗତ ୩ ତାରିଖ ରାତିରେ ନାବାଳିକା ଜଣକ ତାଙ୍କ ସାନଭଉଣୀ ସହ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ପରିସ୍ରା କରିବାକୁ ଉଠିଥିବା ବେଳେ ପୂର୍ବ ଯୋଜନା ମୁତାବକ ଛପିରହିଥିବା ୨ଜଣ ଦୁର୍ବୃତ୍ତ ତାଙ୍କୁ ବାଇକ୍‌ରେ ଅପହରଣ କରିନେଇଥିଲେ। ଏକ ଅଜଣା ସ୍ଥାନରେ ରଖି ତାଙ୍କୁ ୨ ଦିନ ଧରି ଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ। ନାବାଳିକାଜଣକ କାକୁତିମିନତି ହେବାରୁ ସେମାନେ ତାଙ୍କୁ ଘରଠୁ ଏକ କିଲୋମିଟର ଦୂ‌ରରେ ଛାଡ଼ି ପଳାଇ ଯାଇଥିଲେ। ୬ ତାରିଖ ବିଳମ୍ବିତ ରାତିରେ ନାବାଳିକଜଣକ କଷ୍ଟେମଷ୍ଟେ ଘରେ ପହଞ୍ଚି ଘଟଣା ସଂପର୍କରେ କହିଥିଲେ। ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଏତଲା ଦିଆଯିବା ପରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ଆଇଆଇସି ଧିରଜ କୁମାର ଲେଙ୍କା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର