ଭୁବନେଶ୍ୱର: ରାଜ୍ୟର ଶିକ୍ଷିତ ବେକାର ଯୁବକଙ୍କ ନିଯୁକ୍ତି ସମେତ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ପରିବର୍ତନ ଓ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ଯୁବ ଓ ଛାତ୍ର ସଂଗଠନ। ଆଜି ସଂଗଠନର ଶହଶହ କର୍ମକର୍ତ୍ତା ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର୍ ପିଏମଜିରେ ପହଞ୍ଚି ଧାରଣା ଦେଇଛନ୍ତି। ଚାଷୀ ପରିବାରର ଛାତ୍ର ଓ ଯୁବକଙ୍କୁ ନିଯୁକ୍ତିି ଦେବା ନେଇ ଦାବି କରିଛି ନବନିର୍ମାଣ ଯୁବ ଓ ଛାତ୍ର ସଂଗଠନ ସଙ୍ଗଠନ।
/sambad/media/post_attachments/wp-content/uploads/2018/01/Bhubaneswar_11.01_2-300x188.jpg)
ଏହି ବିକ୍ଷୋଭରେ ସାମିଲ ହୋଇ ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ଏହି ସତ୍ୟାଗ୍ରହ ସରକାରଙ୍କ ଦୃଷ୍ଟି ଆକର୍ଷଣ ଲାଗି ଉଦ୍ଦିଷ୍ଟ। ସରକାର ଜାଣିବା ଦରକାର ଯେ ରାଜ୍ୟର ଅଧିକାଂଶ ଛାତ୍ର କୃଷକ ପରିବାରରୁ ଆସିଛନ୍ତି। ବର୍ତ୍ତମାନର ଅର୍ଥନୈତିକ ବ୍ୟବସ୍ଥାରେ ଏହି ଛାତ୍ରଛାତ୍ରୀ କିଭଳି ରୋଜଗାର ପାଇପାରିବେ ତାହା ଏବେ ବଡ଼ ସମସ୍ୟା। ଶିକ୍ଷିତ ଓ ବୈଷୟିକ ଜ୍ଞାନ ଥିବା ଛାତ୍ରଛାତ୍ରୀ କିଭଳି ନିଯୁକ୍ତି ପାଇବେ ଓ ସେମାନଙ୍କ ସମସ୍ୟାର ସମାଧାନ ହେବ ସେ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆଜି ଏଠାରେ ଆମେ ଏକତ୍ରିତ ହୋଇଛୁ।
ଏହି ପ୍ରତିବାଦ ସମାବେଶରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଆରପିଆଇର ରାଜ୍ୟ ସଭାପତି ସେକ୍ ଅବ୍ଦୁଲ ଓ୍ଵାଲି ପ୍ରମୁଖ ଯୋଗ ଦେଇ ଚାଷୀ ପରିବାର ଉନ୍ନତି ନ ଘଟିଲେ ରାଜ୍ୟର ଅର୍ଥନୈତିକ ବିକାଶ ସମ୍ଭବ ନୁହଁ ବୋଲି ମତ ଦେଇଥିଲେ। ସରକାର ଆଗାମୀ ବଜେଟ୍ରେ ଚାଷୀମାନଙ୍କ ତିନୋଟି ଦାବି ମଧ୍ୟରୁ ପ୍ରାଇସ ଓ ପେନସ୍ନ ପାଇଁ ବ୍ୟବସ୍ଥା କରିବାକୁ ବକ୍ତାମାନେ ଦାବି କରିଛନ୍ତି। ଚାଷୀକୁ ତାର ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ, ତାର ଉତ୍ପାଦନର ହକ୍ ପ୍ରଦାନ ପାଇଁ ବିକ୍ଷୋଭ ସମାବେଶରେ ଦାବି କରାଯାଇଛିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Bhubaneswar_11.01_1.jpg)