ସ୍ବାଗତ ସମାରୋହ ବିବାଦକୁ ନେଇ କଲେଜ ଛାତ୍ରଙ୍କୁ ଛୁରାମାଡ଼

ଭଦ୍ରକ: ସ୍ବାଗତ ସମାରୋହର ପରିଚାଳନାକୁ ନେଇ ବିବାଦ ଉଗ୍ର ରୂପ ନେଇଛି । ଅଣଛାତ୍ରଙ୍କ ସହ ଜନୈକ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ଇଂଜିନିୟରିଂ କଲେଜର ଏମବିଏ ବିଭାଗର ସ୍ବାଗତ ସମାରୋହର ଆୟୋଜନ ହେଉଥିଲା । ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ। ତେଣୁ  ଦୁଇ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହେଇଥିଲା। ପରେ ଏହା ବିବାଦ ର ରୂପ ନେଇଥିଲା । ସମାରୋହ ପରେ ଦୀପକ ମାଝୀ ନାମକ ଛାତ୍ର ବାହାରକୁ ଆସିଥିବା ବେଳେ ଜନୈକ ଛାତ୍ର କେତେକ ଅଣଛାତ୍ରଙ୍କୁ ସାଙ୍ଗରେ ନେଇ ଯୁକ୍ତିତର୍କ କରିଥିଲେ। ପରେ ଦୀପକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ଛାତ୍ର ଜଣକ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଘଟଣା ନେଇ ଆକ୍ରମଣକାରୀ ଛାତ୍ର କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ସମ୍ବନ୍ଧିତ ଖବର