୮ଟି ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ, ୩ଟି ବିଶ୍ୱବିଦ୍ୟାଳୟ ଓ ୫ଟି କଲେଜ ସାମିଲ

ଭୁବନେଶ୍ୱର: ଅକ୍ଟୋବର ୧୧ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଯାହାକୁ ନେଇ ସୋମବାର ୮ଟି ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ କରାଯାଇଛି। ଏଥିରେ ୩ଟି ବିଶ୍ୱବିଦ୍ୟାଳୟ ଓ ୫ଟି କଲେଜ ସାମିଲ ରହିଛି।

ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା କଲେଜ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଦେବଗଡ଼ ବିଶ୍ୱବିଦ୍ୟାଳୟ, ଭଦ୍ରକ ଧାମନଗର କଲେଜରେ ନିର୍ବାଚନ ବାତିଲ (ସାଇନ-ଏ-ଡାଏ) ଘୋଷଣା, କାକଟପୁର ମଙ୍ଗଳା ମହାବିଦ୍ୟାଳୟ, କଟକ ମଧୁସୂଦନ ଆଇନ କଲେଜ, ନୀଳଗିରି କଲେଜରେ ନିର୍ବାଚନ ବାତିଲ (ସାଇନ-ଏ-ଡାଏ) ଘୋଷଣା ଓ ଆନନ୍ଦପୁର କୁଶଳେଶ୍ୱର ଆଞ୍ଚଳିକ କଲେଜରେ ନିର୍ବାଚନ ବାତିଲ କରାଯାଇଛି।

ଅନ୍ୟପଟେ ଏହି ଛାତ୍ର ସଂସଦ ନିର୍ବାଚନକୁ ନେଇ ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟ ଓ ଭଦ୍ରକ ଧାମନଗର କଲେଜରେ ବୋମା ଫୁଟିଥିଲା। ଏହି ବୋମା ବିସ୍ଫୋରଣରେ କାହାରି କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ବୋମା ଫୁଟିବା ପରେ କ୍ୟାମ୍ପସ ପରିସରରେ ଭୟର ବାତାବରଣ ଖେଳି ଯାଇଥିଲା।  ପିଲାମାନେ ଦୌଡ଼ାଦୌଡ଼ି ହୋଇ କ୍ଲାସ୍‌ ଛାଡ଼ି ପଳାଇ ଯାଇଥିଲେ। ଏହାକୁ ନେଇ ଦୁଇଟି କଲେଜରେ ସାଇନ୍‌-ଏ- ଡାଏ ଘୋଷଣା କରିଲେ କଲେଜ ଅଧ୍ୟକ୍ଷ। ନିର୍ବାଚନରେ ହାରିଯିବା ଭୟରେ କିଛି ଛାତ୍ରମାନେ ଏପରି କାମ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର