ନାଇଜର ଛାତ୍ରାବାସର ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ଜଟଣୀ: ଭୁବନେଶ୍ବରରେ ଥିବା ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ନାଇଜର) କଲେଜ କ୍ୟାମ୍ପସରେ ଥିବା ଛାତ୍ରମାନଙ୍କ ଲାଗି ଉଦ୍ଧିଷ୍ଟ ଛାତ୍ରାବାସର ଛାତରୁ ଡେଇଁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମୃତ ଛାତ୍ରୀ ଜଣକ ହେଉଛନ୍ତି ଛତିଶଗଡ଼ର ପୂଜା ଜେଠୱାନୀ ବୋଲି ସୂଚନା ମିଳିଛି। ସେ ପଦାର୍ଥ ବିଜ୍ଞାନ ବିଭାଗ ପଞ୍ଚମ ବର୍ଷର ଛାତ୍ରୀ। କୌଣସି କାରଣରୁ ସେ ଦୀର୍ଘଦିନ ଧରି ମାନସିକ ଦୁଶ୍ଚିନ୍ତାରେ ଥିବା କୁହାଯାଉଛି। ସେ ଆଜି ସକାଳେ କଲେଜର ହଷ୍ଟେଲ ଛାତ ଉପରୁ ତଳକୁ ଡେଇଁପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ। ତେବେ ଆତ୍ମହତ୍ୟାର ଅସଲ କାରଣ ଜଣାଯାଇନାହିଁ। ଖବର ପାଇ ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର