ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଆସନ୍ତା ୧୦ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ବଳ ପ୍ରୟୋଗ କରି ଛାତ୍ର କଂଗ୍ରେସର କଣ୍ଠରୋଧ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଗାଣତାନ୍ତ୍ରିକ ପଦକ୍ଷେପକୁ ଛାତ୍ର କଂଗ୍ରେସ ଭ୍ରୁକ୍ଷେପ କରିବ ନାହିଁ ବୋଲି ସଭାପତି ୟାସିର ନୱାଜ କହିଛନ୍ତି।
YouTubeମଙ୍ଗଳବାର ଦିନ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୟାସିର କହିଥିଲେ ଯେ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ ରହିଥିଲେ। ବିଧାନସଭା ବାହାରେ ଓ ଭିତରେ ପ୍ରବଳ ପ୍ରତିବାଦ ହେବା ପରେ ଏକ ବିବୃତି ଦେଇ ପ୍ରସଙ୍ଗକୁ ଚାପି ଦେବାକୁ ହୀନ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ସଭାରେ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ପାଖରେ ବସାଇବା ସହ ତାଙ୍କୁ ସୁହାଇବା ଭଳି ବିବୃତି ରଖିଛନ୍ତି। ୨୧ବର୍ଷ ଧରି ବେବିନା, ମାଧବୀଲତା, ଇତିଶ୍ରୀ, କୁନ୍ଦୁଲି ଛାତ୍ରୀ, ସ୍ମିତାରାଣୀଙ୍କ ହତ୍ୟାକାରୀଙ୍କୁ ମୁଖ୍ୟମନ୍ତ୍ରୀ ଖୋଜୁଛନ୍ତି ହେଲେ ଅପରାଧୀ କିଏ ପାଉ ନାହାନ୍ତି। ତାଙ୍କ ଦଳର ବିଧାୟକ, ମନ୍ତ୍ରୀ ଓ ନେତାରେ ଏଥିରେ ସଂପୃକ୍ତ ଥିବାରୁ ଅପରାଧର ପ୍ରମାଣ ନଷ୍ଟ କରି ଦିଆଯାଉଛି।
ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ରଜତ ଚୌଧୁରୀ କହିଛନ୍ତି ଯେ ୨୧ବର୍ଷ ଭିତରେ ନବୀନ ବାବୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଫଳଶୂନ୍ୟ। ବିଧାୟକ ଅନନ୍ତ ଜେନା, ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ବିକ୍ରମ ଆରୁଖ ପ୍ରମୁଖଙ୍କ ବିରୋଧରେ ହତ୍ୟା ଅଭିଯୋଗ ଥିଲେ ମଧ୍ୟ ବର୍ଷ ବର୍ଷ ଧରି ତଦନ୍ତ ଚାଲୁଛି। ତଦନ୍ତକୁ ତୃତୀୟ ମହଲା ନିୟନ୍ତ୍ରଣ କରୁଥିବାରୁ ତଦନ୍ତକୁ ବାଟବଣା କରି ଦିଆଯାଉଛି ବୋଲି ଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅଜୟ ସାହୁ, ଆଦିତ୍ୟ ପ୍ରିତମ ଦାସ, ବିକାଶ ପଶୁପାଳକ ଓ ବିଶ୍ବଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/congress.jpg)