ବିଧାୟକଙ୍କ ସରକାରୀ ବାସଭବନ ଘେରିଲା ଛାତ୍ର କଂଗ୍ରେସ

ନବ ଦାସ ହତ୍ୟା ମାମଲା: ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ

ଭୁବନେଶ୍ୱର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହି ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସୋମବାର ଦିନ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂହଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା। ଘେରାଓ ସମୟରେ ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀ ମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ କରିଥିଲେ। ଏହାପରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ବାରିକେଡ୍‌ ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରେ ପୁଲିସ ହତ୍ୟା କରିବା ଘଟଣା ଆଶ୍ଚର୍ଯ୍ୟାନ୍ୱିତ କରୁଛି। ଏହା ଏକ ଯୋଜନାବଦ୍ଧ ହତ୍ୟା। ଏ ହତ୍ୟାର ପ୍ରକୃତ ତଦନ୍ତ କରିବାରେ ସରକାରଙ୍କର ଆନ୍ତିରିକତା ଥିବା ଜଣାପଡ଼ୁନି। ଯଦି ଶ୍ରୀ ସିଂହଙ୍କୁ ତଦନ୍ତ ପରିସରଭୁକ୍ତକୁ କରାନଯାଏ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଶ୍ରୀ ନୱାଜ କହିଛନ୍ତି। ଆଜିର ବିକ୍ଷୋଭରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ନିହାର ରଞ୍ଜନ ବେହେରା, ନଳିନୀକାନ୍ତ ନାୟକ, ମହମ୍ମଦ ଗୁଲଫାମ, ରଣଜିତ ସେନାପତି, ସାଗର ପଟ୍ଟନାୟକ, ସୌରଭ ପଟ୍ଟନାୟକ, ମୁନୁ ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର, ସୁରଜ ରାଉତ, ବିଭୂତିଭୂଷଣ ମହାପାତ୍ର, ଉଦିତ୍‌ ପ୍ରଧାନ, ମହମ୍ମଦ ସମିଉଲ, ରିୟାଜୁଲ ଇସଲାମ, ଆର୍ଯ୍ୟାନ ସାସମଲ, ରାମେଶ୍ୱର ଶତପଥୀ, ସମୀର ରାଉତ, ମୁନା ପରିଡ଼ା, କୁନାଲ ସିଂହ, ମହମ୍ମଦ ମୁଫି, ଆଶୀର୍ବାଦ ବେହେରା, ଅଭିଷେକ ପାତ୍ର, ଶାହାରୁଖ ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର