ତୈଳ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର : ତୈଳ ଦର, ରନ୍ଧନ ଗ୍ୟାସ୍‌ ଓ ନିତ୍ୟ ବ୍ୟବହାର୍ଯ୍ୟ ଦରବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ପ୍ରଦେଶ ଛାତ୍ର କଂଗ୍ରେସ। ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା ହୋଇଥିଲା। ହସ୍ପିଟାଲ ଛକରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ପରେ ବିକ୍ଷୋଭକାରୀ ରାସ୍ତାରେ ବସି ରହି ପ୍ରତିବାଦ କରିଥିଲେ। ଛାତ୍ର କଂଗ୍ରେସର କହିବାନୁଯାୟୀ, ମୋଦୀଙ୍କ ଆଚ୍ଛେଦିନ୍ ଓ ନବୀନଙ୍କ ବିଜୁବାବୁଙ୍କ ସ୍ବପ୍ନ ବାସ୍ତବ ରୂପ ଏବେ ଦେଶ ଓ ରାଜ୍ୟବାସୀ ଦେଖୁଛନ୍ତି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରରେ ହିଟଲରୀ ଶାସନ ପ୍ରତିଫଳିତ ହେଉଛି। ମୋଦୀ ଓ ନବୀନ ସାଧାରଣ ଜନତାଙ୍କ ରକ୍ତ ଶୋଷୁଛନ୍ତି। କଂଗ୍ରେସ ଅମଳରେ ତେଲ ଦର ବଢ଼ିଲେ ବିଜେଡି ରାଜରାସ୍ତାରେ ଚିତ୍କାର କରେ, ହେ‌ଲେ ଆଜି ଚୁପ୍ କାହିଁକି? କ‌ରୋନା ସମୟରେ ଲୋକ ବେରୋଜଗାର ହେଉଥିବା ବେଳେ ବେଳେ ମୋଦୀ-ନବୀନ ଦରଦାମ ବୃଦ୍ଧି କରି ଲୋକଙ୍କୁ ଲୁଟୁଛନ୍ତି। ଛାତ୍ର କଂଗ୍ରେସ ଏହା ବିରୋଧରେ ଧାରାବାହିକ ଆନ୍ଦୋଳନ ଜାରି ରଖିବ।

ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଅନୁଲେଖା ବୋଷା କହିଥିଲେ, ମୋଦୀ ଓ ନବୀନଙ୍କ ରାଜତ୍ବରେ ଜନସାଧାରଣ ଅତିଷ୍ଠ। ତୈଳ ଦରବୃଦ୍ଧି ବିରୋଧରେ ନବୀନ ବାବୁ ମୁହଁ ଖୋଲୁନାହାନ୍ତି। ବିଜୁ ଜନତା ଦଳ ଗରିବ ଜନସାଧାରଣଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରୁନାହିଁ ବୋଲି ସେ ଅଭି‌ଯୋଗ କରିଛନ୍ତି। ବିକ୍ଷୋଭରେ ଜାତୀୟ ସଂଯୋଜକ ଆଦିତ୍ୟ ଚୌଧୁରୀ, ନିହାର ବେହେରା, ସୁନି ମାଟିଆ, ପ୍ରୀତମ ପରିଜା, ନିରଞ୍ଜନ ଦାସ, ସାଗର ପଟ୍ଟନାୟକ, ବାବୁ ଜେନା, ଅବିନାଶ ନନ୍ଦ, କାର୍ତିକ କାଣ୍ଡି, ଅଭିରାମ ଗୌଡ଼, ବିଶ୍ବଭୂଣଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଅଖିଳେଶ ଯାଦବ, ଶ୍ରୀ ମହାନ୍ତି, ଦେବବ୍ରତ ମହାନ୍ତି, ନିତେଶ ବେହେରା, ବାଦଲ ମହାନ୍ତି, ଅଜିତ ବାରିକ, ସୂର୍ଯ୍ୟକାନ୍ତ ସାହୁ, ଶାହାରୁଖ ଖାନ, ରଣଜିତ ସେନାପତି, ପ୍ରତ୍ୟୁରଂଜନ ପ୍ରଧାନ, ଶିବଶକ୍ତ ଦିଗାଲ, ସମିଉଲ ହକ୍ ଓ ସନ୍ଦୀପ ରାଉତରାୟ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର