ସରକାରୀ ବସ ଡିକି କବାଟ ବାଜି କଲେଜ୍ ଛାତ୍ରଙ୍କ ମୃତ୍ୟୁ

ଭଞ୍ଜନଗର: ମୃତ୍ୟୁ ଏଭଳି ବି ଆସେ । ନିଜ ସହପାଠୀ ସହ ହସଖୁସିରେ ପଠା ପଢ଼ିବା ପାଇଁ ଟିଉସନ ଯାଉଥିଲେ, ହଠାତ୍ ରାସ୍ତାରେ ଯାତ୍ରୀବାହୀ ବସର ଡିକି ବାଜି ଅକାଳରେ ପ୍ରାଣବାୟୁ ଉଡିଗଲା। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବେଲାଗୁଣ୍ଠା ଥାନା ଅଧୀନ ଧୂମୁଛାଇ ଛକ ନିକଟରେ। ବାଣତୁମ୍ବ୍ ଗ୍ରାମର ବଲଭ୍ ପଣ୍ଡାଙ୍କ ଏକମାତ୍ର ପୁଅ ଆଦିତ୍ୟ ପଣ୍ଡା(୧୭) ର ମୃତ୍ୟୁ ଘଟିଛି।

ଆଦିତ୍ୟ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ବେଳେ ପ୍ରତିଦିନ ସାଙ୍ଗ ମାଙ୍କ ସହ ଅପରାହ୍ନ ତିନିଟା ସମୟରେ ଟିଉସନ ହେବାକୁ ଭଞ୍ଜନଗର ଆସୁଥିଲେ। ଆଜି ମଧ୍ୟ ୩ଟା ସମୟରେ ସହପାଠୀ ବିଘ୍ନେଶ୍ ସାହୁ ସହ ଘରୁ ବାହାରି ଆସିଥିଲେ ଆଦିତ୍ୟ । ଏହି ସମୟରେ ଭଞ୍ଜନଗରରୁ କେନ୍ଦୁଝର ଯାଉଥିବା ସରକାରୀ ବସ ନୂଆଗାଁ ବ୍ରିଜ ପାର ହେବା ସମୟରେ ବସର ପାର୍ଶ୍ଵ ପଟେ ଥିବା ଡିକିଟି ହଠାତ୍ ଖୋଲି ଯାଇଥିଲା। ସେଥିରେ ଆଦିତ୍ୟ ଧକ୍କା ଖାଇ କଚାଡି ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ଅଣାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡ଼ମେଡ଼ିକାଲ ସ୍ଥାନତର କରିବାକୁ ଡାକ୍ତର କହିଥିଲେ।କିଛି ସମୟ ପରେ ଆଦିତ୍ୟ ର ମେଡ଼ିକାଲରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଗ୍ରସ୍ତ ବସ୍ କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର