କୁଶଭଦ୍ରାରୁ ଆଉ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନିମାପଡ଼ା : କୁଶଭଦ୍ରା ନଦୀରେ ବୁଡ଼ି ଯାଇଥିବା ତିନି ଜଣ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତଦେହ ଗତକାଲି ସନ୍ଧ୍ୟାରେ ଉଦ୍ଧାର ହୋଇଥିବା ବେଳେ ବିଳମ୍ବିତ ରାତିରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଛାତ୍ର ଜଣକ ହେଉଛନ୍ତି ଜ୍ୟୋତିରଂଜନ ସାହୁ। ଜ୍ୟୋତିରଂଜନ ନିମାପଡ଼ାସ୍ଥିତ ସ୍ବାଧୀନ ଆବାସିକ ଜୁନିଅର୍‌ କଲେଜ୍‌ରେ ପଢୁଥିଲେ ଏବଂ ତାଙ୍କ ଘର ନିକଟସ୍ଥ ଶ୍ୟାମସୁନ୍ଦରପୁରରେ। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତକଙ୍କ ସମ୍ପର୍କୀୟମାନେ ଦୋଳବେଦି ଛକରେ ଛାତ୍ରଙ୍କ ମୃତଦେହ ରଖି ଅନୁକମ୍ପା ରାଶି ଦାବି କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ନିମାପଡ଼ା ବିଡିଓ ଘଟଣାସ୍ଥଳରେ ପହଞ୍ଚି ମୃତ ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର