ଟିକା ନେଇ ଛାତ୍ର ମୃତ୍ୟୁ ଅଭିଯୋଗ

କଲମପୁର : ମିଳିମିଳା ଓ ରୁବେଲା ପ୍ରତିଷେଧକ ଟିକା ନେଇ କଳାହାଣ୍ଡି ଜିଲ୍ଲା କଲମପୁରର ରାଜୀବ ଲୋଚନ ପଣ୍ଡାଙ୍କ ପୁଅ ମନୀଷ ପଣ୍ଡା (୭)ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମନୀଷ ସ୍ଥାନୀୟ ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟରେ ପଢୁଥିଲା। ଗତ ୩ ତାରିଖ ଦିନ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯାଇଥିଲା। ଟିକା ନେବା ପରେ ମନୀଷ ଅସୁସ୍ଥ ହୋଇ ପଡ଼ିଥିଲା। ତାକୁ ଚିକିତ୍ସା ପାଇଁ ତୁରନ୍ତ ବିଶାଖାପାଟଣା ନିଆଯାଇଥିଲା। ସେଠାରେ ୧୦ ତାରିଖ ଶନିବାର ତା’ର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର