ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଗେଡ଼ାବାଞ୍ଜି ଛକ ନିକଟରେ ଦୁର୍ଘଟଣା। ମର୍ଣ୍ଣିଂ ୱାକ୍ ସମୟରେ ମାଡ଼ିଗଲା ପିକ୍ଅପ୍ ଭ୍ୟାନ୍। ଘଟଣାସ୍ଥଳରେ କଲେଜ ଛାତ୍ରଙ୍କ ମୃତ୍ୟୁ। ମୃତକ ହେଲେ ପୁରୁଷୋତ୍ତମ ଭୋଇ।
ସୂଚନା ଅନୁଯାୟୀ, ଆଜି ସକାଳେ ସିଲବାହାଲି ଗାଁର ୪ ଜଣ ଛାତ୍ର ଓ ଯୁବକ ରାସ୍ତାରେ ମର୍ଣ୍ଣିଂ ୱାକ୍ କରୁଥିଲେ। ସେହି ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସି ସେମାନଙ୍କ ମଧ୍ୟରୁ ଜଣଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ନାଁ ପୁରୁଷୋତ୍ତମ ଭୋଇ ବୋଲି ଜଣାପଡ଼ିଛି। ପୁରୁଷୋତ୍ତମ ଯୁକ୍ତ ଦୁଇର ଛାତ୍ର ଥିଲେ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର ହରଡ଼ାତାଲରେ। ହେଲେ ସେ ସିଲବାହାଲିରେ ତାଙ୍କ ମାମୁ ଘରେ ରହୁଥିଲେ।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତଥା ଆଦିବାସୀ ସଂଘର ସଦସ୍ୟମାନେ ପୁରୁଷୋତ୍ତମଙ୍କ ମୃତଦେହକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ଜଣାଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ିଚାଳକ ଫେରାର ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Accident_Thumbnail-750x430-1.jpg)