କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଅନ୍ତର୍ଗତ ଡେଙ୍ଗୁଳାସ୍ଥ ସେବାଶ୍ରମରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଆଦିବାସୀ ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲା ବିଲୁଙ୍ଗ ଓ ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାଏକଙ୍କୁ ନିଲମ୍ୱିତ କରିଛି। ସେହିଭଳି,ବିଦ୍ୟାଳୟର ୩ ଜଣ ରୋଷେୟା ତାରିଣୀ ନାଏକ, କାର୍ତ୍ତିକ ନାଏକ ଓ ଧୀରେନ୍ଦ୍ର ରାଉତ ବହିଷ୍କୃତ ହୋଇଛନ୍ତି। ଏସ୍ସିଏସ୍ଟି ବିଭାଗ ସଚିବ ତଥା କମିସନର ରୁପା ରୋଶନ ସାହୁଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି।