ଅଜାଙ୍କ ଏକାଦଶାହରେ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ତାରପୁର/ତିର୍ତୋଲ : ରଘୁନାଥପୁର ବ୍ଲକ୍‌ ଛପଡ଼ା ପ˚ଚାୟତ ଜଇପୁରଠାରେ ହ˚ସୁଆ ନଦୀରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ନିଜ ଅଜାଙ୍କ ଏକାଦଶାହରେ ଯୋଗଦେବାକୁ ଆସିଥିବାବେଳେ ମାମୁଁଘର ଗାଁରେ ଛାତ୍ରଜଣକ ବୁଡ଼ି ଯାଇଛନ୍ତି।

ଖବର ମୁତାବକ, ଜଇପୁର ଗ୍ରାମର ଧନେଶ୍ବର ଦା‌ସଙ୍କର ଗତ ସପ୍ତାହରେ ମୃତ୍ୟୁ ଘଟିଥିଲା। ତାଙ୍କ ଏକାଦଶାହରେ ଯୋଗଦେବା ପାଇଁ ନା‌ତି ତିର୍ତ୍ତୋଲ ଥାନା ଅଲଣା ଗ୍ରାମର ସୁଧା˚ଶୁ ଶେଖର ଦାସ(ସିତୁ-୧୫ବର୍ଷ) ଜଇପୁରକୁ ଆସିଥି‌ଲେ। ନିଜ ମା’ଙ୍କ ସହ ଅଜାଙ୍କ ଘରକୁ ଆସିଥିବା ସିତୁ ଆଜି ମାମୁଁଘର ଗ୍ରାମର ସାଗର ଓ ଅନ୍ୟ ୨ଜଣଙ୍କ ସହ ମଧୢାହ୍ନ ସମୟରେ ହ˚ସୁଆ ନଦୀକୁ ଯାଇଥିଲେ। ସିତୁ ଓ ସାଗର ପାଣିକୁ ଓହ୍ଲାଉଥିବା ବେଳେ ହଠାତ ସିତୁଙ୍କ ଗୋଡ଼ ଖସି ଯାଇଥିଲା ା ସିତୁଙ୍କ ହାତ ଧରିବାକୁ ଯାଇ ସାଗର ମଧୢ ପାଣି ମଧୢକୁ ଖସି ପଡ଼ିଥିଲେ। ଧରାଧରି ହୋଇ ଦୁହେଁ ବୁଡ଼ି ଯାଉଥିବା ବେଳେ ପାଟିଶୁଣି କିଛି ଦୂରରେ ଥିବା କଳ୍ପନା ନାମକ ଜଣେ ଯୁବତୀ ଏକ ବାଉଁଶ ଆଣି ସେମାନଙ୍କ ପାଖକୁ ବଢ଼ାଇଥିଲେ। ସାଗର ଉକ୍ତ ବାଉଁଶକୁ ଧରି ପକାଇବାରୁ ଲୋକମାନେ ତାଙ୍କୁ କୂଳକୁ ଟାଣି ଆଣିଥିଲେ। ହେଲେ, ଅଧିକ ଦୂରରେ ଥିବା ସିତୁ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ଖବର ପାଇ ତିର୍ତ୍ତୋଲ ଦମକଳବାହିନୀ ସିତୁଙ୍କୁ ଉଦ୍ଧାର କରି ଜଗତସି˚ହପୁର ମେଡ଼ିକାଲ ପଠାଇଥିଲେ।ଡାକ୍ତର ସେଠାରେ ସିତୁଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର