ନଦୀରେ ବୁଡ଼ିଗଲେ କଲେଜ ଛାତ୍ର

ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଡୁଲୁରୀ ନଦୀରେ ବୁଡ଼ି ଭବାନୀପାଟଣା ଏକାଡେମି ଅଫ୍‌ ବିଜ୍‌ନେସ ଆଣ୍ଡ୍‌ କମ୍ପ୍ୟୁଟର ସାଇନ୍‌ସ ଜୁନିୟର କଲେଜର ଯୁକ୍ତ ଦୁଇ ଛାତ୍ର ଦୀପକ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କ ପରିବାର ଲୋକେ ତାଙ୍କୁ କେହି ପାଣିକୁ ଠେଲି ଦେଇଥିବା ଅଭିଯୋଗ ଆଣିଛନ୍ତି। ଦୀପକଙ୍କ ସମେତ ଏହି କଲେଜର ଛାତ୍ରଛାତ୍ରୀ ପିକ୍‌ନିକ୍‌ ପାଇଁ ସକାଳେ ଦାରିଙ୍ଗବାଡ଼ିରେ ପହଞ୍ଚିଥିଲେ। ସ୍ନାନଶୌଚ଼ ପାଇଁ ନଦୀ କଡ଼କୁ ଯାଇଥିବା ବେଳେ ଦୀପକ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସହପାଠୀମାନେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ତଲାସ ପରେ ଦୀପକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀପକଙ୍କ ବାପା ଚନ୍ଦ୍ରଶେଖର ପ୍ରଧାନ ତାଙ୍କ ପୁଅକୁ ନଦୀକୁ ଠେଲି ଦିଆ ଯାଇଥିବା ଲିଖିତ ଅଭିଯୋଗ କରି ଏଥିପାଇଁ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିିିି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର