ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଚାଚିଗୁଡ଼ା ଗ୍ରାମର ଜଣେ ଛାତ୍ର ଶୌଚ ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ ଯାଇଥିଲେ। ସେଠାରେ ପାଦ ଖସି ଯିବାରୁ ଭାସିଯାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ଚାଚିଗୁଡ଼ା ଗାଁର ନବୀନ ଛତ୍ରିଆ (୧୪) ଏବଂ ସେ ଜୟପାଟଣା ଆଦର୍ଶ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ।
ଜୟପାଟଣା ପୁଲିସ୍ ଅଗ୍ନିଶମ ବିଭାଗ ସହୟତାରେ ମୃତଦେହ ଉଦ୍ଧାର କରିବା ସହ ଜୟପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ଯୋଗ୍ୟ ଯେ, ଦୁଇ ବର୍ଷ ତଳେ ସଂପୃକ୍ତ କେନାଲରେ ଦୁଇ ଜଣ ଶିଶୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଏହି ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)