କୁଜଙ୍ଗ : ମହାନଦୀରେ ଗାଧୋଇବା ବେଳେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କ ସଲିଳ ସମାଧି ଘଟିଛି। ଦୀର୍ଘ ୭ ଘଣ୍ଟା ଖୋଜାଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତା ଛାତ୍ରୀ ହେଲେ କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମର ଲୁସି ମଲ୍ଲିକ।
ବୁଧବାର ସକାଳେ ଜଗନ୍ନାଥପୁର ଗ୍ରାମର ଅରବିନ୍ଦ ମଲ୍ଲିକଙ୍କ ନବମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର ଝିଅ ଲୁସି ପରିବାର ଓ ପଡ଼ୋଶୀଙ୍କ ସହ ଶନି ମନ୍ଦିର ନିକଟ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ପଥର ସ୍ପର୍ ଉପରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ଗଭୀର ଜଳକୁ ଭାସି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/598839-drown-thinkstock.jpg)