ପୋଖରୀରେ ବୁଡ଼ି ଛାତ୍ର ମୃତ

ଖଣ୍ଡଗିରି : ପୁଲିସ ଚାକିରି କରିବା ଲକ୍ଷ୍ୟ ନେଇ ଦୁଇ ସାଙ୍ଗ ପୋଖରୀରେ ପହଁରା ଶିଖୁଥିଲେ। ୮ ଦିନ ହେଲା ଭଲ ଅଭ୍ୟାସ ଚାଲିଥିଲା। ମାତ୍ର ଏହି ପହଁରା ଶିଖିବା ଶେଷରେ କାଳ ହେଲା। ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଗାଧୋଉଥିବା ଜଣେ ମହିଳାଙ୍କ ସାହସିକତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଯୁବକଙ୍କ ଜୀବନ ବଞ୍ଚିଗଲା। ରବିବାର ସକାଳ ପ୍ରାୟ ସାଢ଼େ ୮ଟାବେଳେ ବରମୁଣ୍ଡା ଗାଁ ଶିବ ମନ୍ଦିର ପୋଖରୀରେ ଏହି ଅଘଟଣ ଘଟିଛି। ମୃତକ ହେଲେ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ନିକଟରେ ରହୁଥିବା ଖୋର୍ଧା ଜିଲ୍ଲା ବାଲିପାଟଣା ଥାନା ସରାଟ ଗାଁର ବାବୁଲି ପ୍ରଧାନଙ୍କ ପୁଅ ଶକ୍ତିପ୍ରସାଦ (୨୨)। ମୃତ୍ୟୁମୁଖରୁ ବର୍ତି ଯାଇଥିବା ଯୁବକ ହେଲେ ବରମୁଣ୍ଡା ଜଗନ୍ନାଥବିହାରରେ ରହୁଥିବା ଯାଜପୁର ଜିଲ୍ଲା ବରି ବ୍ଲକ ଗୋଳକୁଣ୍ଡା ଗାଁର ବିଶ୍ୱଜିତ୍‌ ଜେନା(୨୨)।

ସୂଚନାନୁସାରେ ବିଶ୍ୱଜିତ୍‌ଙ୍କ ବାପା ଗଜେନ୍ଦ୍ର ଜେନା ଜଣେ ପୁଲିସ ଏଏସ୍‌ଆଇ। ବାପାଙ୍କ ଭଳି ବିଶ୍ୱଜିତ୍‌ ପୁଲିସ ଚାକିରି ପାଇଁ ଆଗ୍ରହୀ ଥିଲେ। ସେ ଏବେ ଇନ୍ଦିରା ଓପନ୍‌ ୟୁନିଭର୍ସିଟିରେ ଯୁକ୍ତ ୩ ପଢ଼ୁଛନ୍ତି। ତାଙ୍କ ସାଙ୍ଗ ଶକ୍ତି ଯୁକ୍ତ ୩ ପାସ୍‌ କରିଛନ୍ତି। ପୁଲିସ ଚାକିରି କରିବେ ବୋଲି ଦୁଇ ସାଙ୍ଗ ଶକ୍ତି ଓ ବିଶ୍ୱଜିତ୍‌ ପହଁରା ଶିଖିବାକୁ ମନସ୍ଥ କରି ଗତ ୮ ଦିନ ହେଲା ବରମୁଣ୍ଡା ଶିବ ମନ୍ଦିର ପୋଖରୀକୁ ଆସୁଥିଲେ। ଆଜି ଦୁଇ ବନ୍ଧୁ ବାଇକ୍‌ରେ ଆସି ପୋଖରୀ ନିକଟରେ ପହଞ୍ଚିଥିଲେ। ପରେ ହାଫ୍‌ ପ୍ୟାଣ୍ଟ ପିନ୍ଧି ପୋଖରୀରେ ପଶିଥିଲେ। ଦୁଇ ବନ୍ଧୁ ପୋଖରୀ ଚାରିପଟେ ଗୋଟିଏ ଲେଖାଏଁ ରାଉଣ୍ଡ ପହଁରି ସାରିଥିଲେ। ହଠାତ୍‌ ଶକ୍ତି ଅଣନିଃଶ୍ୱାସୀ ହୋଇ ପାଣିରେ ବୁଡ଼ିଯିବାକୁ ବସିଲେ। ସେ ଆଉ ପହଁରି ପାରିଲେ ନାହିଁ। ଏହା ଦେଖି ବିଶ୍ୱଜିତ୍‌ ଉଦ୍ଧାର କରିବାକୁ ଚେଷ୍ଟା କରି ଶକ୍ତିଙ୍କୁ ଧରି ପକାଇଥିଲେ। ଫଳରେ ଦୁଇ ବନ୍ଧୁ କୁଣ୍ଢାକୁଣ୍ଢି ହୋଇ ପାଣିରେ ବୁଡ଼ିବାକୁ ଯାଉଥିଲେ।

ସମ୍ବନ୍ଧିତ ଖବର