ବଡ଼ଚଣା ବ୍ଲକ ବଡ଼ଗେଙ୍ଗୁଟି ନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଚଣ୍ଡିଖୋଲ/ବଡ଼ଚଣା : ବଡ଼ଚଣା ବ୍ଲକ ବଡ଼ଗେଙ୍ଗୁଟି ନଦୀରେ ବୁଡ଼ିଯାଇ ରବିବାର ଦିନ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଉଛନ୍ତି ତନ୍ମୟ ପ୍ରଧାନ (୧୫)। ସେ ଦେଉଳକୁର ଗ୍ରାମର ସଞ୍ଜୟ କୁମାର ପ୍ରଧାନଙ୍କର ଏକମାତ୍ର ପୁତ୍ର।

ରବିବାର ପୂର୍ବାହ୍ନରେ ସେ କେତେଜଣ ସାଙ୍ଗ ସହିତ ବଡ଼ଗେଙ୍ଗୁଟୀ ନଦୀର ବାଇଶିମୌଜା ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ସେମାନେ ଗାଧୋଉଥିବା ବେଳେ ହଠାତ ତନ୍ମୟ ଭାସିଯାଇଥିଲେ। ଏହା ଦେଖି ସାଙ୍ଗମାନେ ପାଟି କରିଥିଲେ। ପାଖରେ ଥିବା ଲୋକମାନେ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ। ପରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ପହଞ୍ଚି ପ୍ରାୟ ଏକଘଣ୍ଟା ମଧ୍ୟରେ ତନ୍ମୟଙ୍କୁ ନଦୀ ଭିତରୁ ଉଦ୍ଧାର କରାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏକମାତ୍ର ପୁଅକୁ ହରାଇ ବାପାମା’ ପାଗଳପ୍ରାୟ ହୋଇଯାଇଥିବା ବେଳେ ଦେଉଳକୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଏହି ଖବର ପାଇ ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ, ସରପଞ୍ଚ ଭାଗ୍ୟଧର ପ୍ରଧାନ, ସମିତି ସଭ୍ୟ ରବୀନ୍ଦ୍ରନାଥ ଦାଶ, ପ୍ରକାଶ ପ୍ରଧାନ, ମଧୁସୂଦନ ବଳ, ବିଜୟ ପ୍ରଧାନ, ଡ. ପବନେଶ୍ୱର ଜେନା ଓ ପ୍ରଦୀପ୍ତ ପ୍ରଧାନ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର