ଭୁବନେଶ୍ବର: ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ବୁଧବାର ‘ହ୍ବାଟ୍ ଆଇ ଷ୍ଟାଣ୍ଡ ଫର୍’ ବା ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟ ଓ ୨୫୬ ଯୁକ୍ତ୩ କ୍ୟାମ୍ପସରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବାତ୍ୟା ‘ତିତ୍ଲି’କୁ ନେଇ ଆଶଙ୍କା ବଢ଼ିଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ, ଜଗତ୍ସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ୧୦ ଓ ୧୧ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି। ତେଣୁ ସମ୍ପୃକ୍ତ ୪ଟି ଜିଲ୍ଲା କଲେଜରେ ନିର୍ବାଚନ ନ ହେବା ଏକପ୍ରକାର ଥୟ। ହେଲେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଛାତ୍ରଛାତ୍ରୀ ଓ ପ୍ରାର୍ଥୀମାନେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ୧୧ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ତାହାକୁ ଦୃଷ୍ଟିରେ ରଖି ୧୦ ତାରିଖ ସକାଳୁ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯିବ। ମଙ୍ଗଳବାର କ୍ଲାସରେ ଶେଷ ପ୍ରଚାର ଥିବାରୁ ଭୋଟ ହାତେଇବା ପାଇଁ ଶେଷ ଉଦ୍ୟମକୁ ହାତ ଛଡ଼ା କରିନାହାନ୍ତି ପ୍ରାର୍ଥୀ। ପ୍ରତିଶ୍ରୁତି ଦେଇ ପିଲାଙ୍କଠାରୁ ଭୋଟ ଭିକ୍ଷା କରିଛନ୍ତି। ବୁଧବାର ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ କ୍ୟାମ୍ପସରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଶେଷ ହେବ। ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପୁଲିସ ସୁରକ୍ଷା ବଢ଼ାଇବାକୁ କୁହାଯାଇଛି। ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ସାରା ରାଜ୍ୟରେ ଲିଙ୍ଗଡୋ କମିସନଙ୍କ ନିୟମ ଉଲ୍ଲ˚ଘନ ହେଉଥିବା ନେଇ ଅଭିଯୋଗ ହୋଇଛି। ଏବେ ସୁଦ୍ଧା ଗଣ୍ତଗୋଳ, ଛାତ୍ର ଅଶାନ୍ତି, ବୋମା ମାଡ଼ ପରି ଘଟଣା ଯୋଗୁଁ ୫ଟି ବିଶ୍ବବିଦ୍ୟାଳୟ ଓ ୩୨ କଲେଜରେ ନିର୍ବାଚନ ବାତିଲ୍ ହୋଇଛି। ଅର୍ଧାଧିକ କ୍ୟାମ୍ପସ ସାଇନ୍ ଡାଏ ହୋଇଛି। ଏଭଳି ସମୟରେ ଆଜି କେତେକ କ୍ୟାମ୍ପସରେ ପ୍ରାର୍ଥୀ ଦଳୀୟ ପତାକା ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ଏବିଭିପି।
ଛାତ୍ର ସଂସଦ ନିର୍ବାଚନ, ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭା ଆଜି
୪ ଜିଲ୍ଲାରେ ନିର୍ବାଚନ ବାତିଲ୍ ଆଶଙ୍କା, ଉଲ୍ଲ˚ଘନ ହେଉଛି ଲିଙ୍ଗଡୋ ନିୟମ
/sambad/media/post_attachments/wp-content/uploads/2018/10/hqdefault.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)