ଛାତ୍ର ବିନିମୟ କାର୍ଯ୍ୟକ୍ରମ: ମହାରାଷ୍ଟ୍ର ପରିଦର୍ଶନ କରି ଫେରିଲେ ଓଡ଼ିଶା ଛାତ୍ର

ଭୁବନେଶ୍ବର : ‘ଏକ ଭାରତ ଶ୍ରେଷ୍ଠ ଭାରତ ଆଜାଦୀ କା ଅମୃତ ମହୋତ୍ସବ ଛାତ୍ର ବିନିମୟ କାର୍ଯ୍ୟକ୍ରମ’ ଅଧୀନରେ ଓଡ଼ିଶାର ୫୦ ଜଣ ଛାତ୍ର ମହାରାଷ୍ଟ୍ର ଗସ୍ତ ଶେଷ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଛାତ୍ରମାନେ ୨୯ ଜୁନ୍‌ରେ ମୁମ୍ବାଇରେ ପହଞ୍ଚିଥିଲେ । ଏଆଇସିଟିଇ ଏବଂ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ବିନିମୟ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରାଯାଇଥିଲା। ଓଡ଼ିଶାର ୫୦ ଜଣିଆ ଛାତ୍ର ଗୋଷ୍ଠୀଙ୍କୁ ମୁମ୍ବାଇର ଠାକୁର କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ମହାରାଷ୍ଟ୍ରର ଭାଷା, ସଂସ୍କୃତି, ପରମ୍ପରା, ସଙ୍ଗୀତ ଓ ଖାଦ୍ୟ ଇତ୍ୟାଦି ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରାଯାଇଥିଲା। ଓଡ଼ିଶା ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ମହାରାଷ୍ଟ୍ରର ପ୍ରିୟ ରୋଷେଇ ସହିତ ପୁରାନ୍ ପୋଲି, କୋଥିମ୍ବିର, ଭାଡ଼ି, ମିସାଲ୍ ପାଭ୍ ଏବଂ କାଣ୍ଡେ ପୋହା ପରିବେଷଣ କରାଯାଇଥିଲା । ଏହା ବ୍ୟତୀତ ଠାକୁର ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ପେଷ୍ଟ୍ରି ରୋଷେୟାମାନଙ୍କ ଦ୍ୱାରା କେକ୍ ତିଆରି କର୍ମଶାଳାର ସିଧାସଳଖ ପ୍ରଦର୍ଶନ କରାଯାଇଥିଲା, ଯାହାକି ଛାତ୍ରମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଥିଲା।

ଏହି ଭ୍ରମଣର ଏକ ଅଂଶ ଭାବେ ଛାତ୍ରମାନେ ମହାରାଷ୍ଟ୍ରର ଐତିହାସିକ ଏବଂ ସାଂସ୍କୃତିକ ମହତ୍ତ୍ବ ବହନ କରୁଥିବା ବିଭିନ୍ନ ସ୍ଥାନର ଅନୁସନ୍ଧାନ କରିଥିଲେ । ସେମାନେ ଭାରତର ପ୍ରସିଦ୍ଧ ଗେଟ୍‌ ୱେ, ଛତ୍ରପତି ଶିବାଜୀ ମହାରାଜ ବାସ୍ତୁ ସଂଗ୍ରହାଳୟ ଏବଂ ନାସନାଲ ଗ୍ୟାଲେରି ଅଫ୍ ମଡର୍ନ ଆର୍ଟ ପରିଦର୍ଶନ କରିଥିଲେ। ବାସ୍ତୁ ସଂଗ୍ରହାଳୟରେ ମୋଗଲ ସାମ୍ରାଜ୍ୟ ଯୁଗ, ଇଣ୍ଡସ୍ ଭ୍ୟାଲି ସଭ୍ୟତା ଏବଂ ଅନ୍ୟାନ୍ୟ ଅଞ୍ଚଳ ସହିତ ମୁମ୍ବାଇର ବାଣିଜ୍ୟ ସମ୍ପର୍କର ପ୍ରଦର୍ଶନ ଓ କଳାକୃତି ଆଦି ଦେଖିଥିଲେ। ରାଜ୍ୟର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କୁ ଅନୁଭବ କରିବା ପାଇଁ ଛାତ୍ରମାନେ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲେ। ଯାହା କି ବିଶ୍ୱର ଯେ କୌଣସି ସ୍ଥାନର ସର୍ବ ବୃହତ ଗ୍ରୀଷ୍ମ ମଣ୍ଡଳୀୟ ଜଙ୍ଗଲ ହେବାର ସ୍ୱତନ୍ତ୍ରତା ବହନ କରୁଛି। ଏହି ପାର୍କରେ ଛାତ୍ରମାନେ କାନହେରୀ ଗୁମ୍ଫା ପରିଦର୍ଶନ କରିବାର ସୁଯୋଗ ପାଇଥିଲେ। ଯେଉଁଥିରେ କି ପାଖାପାଖି ୧୦୦ ଗୁମ୍ଫା ଅଛି। ଏହା ବୌଦ୍ଧ ଧର୍ମର କଳା ଏବଂ ସ୍ଥାପତ୍ୟର ଶୈଳୀ ପ୍ରଦର୍ଶନ କରିଥାଏ।

ଭାରତର ମନୋରଞ୍ଜନ ରାଜଧାନୀ ତଥା ବଲିଉଡର କେନ୍ଦ୍ର ମୁମ୍ବାଇରେ ଏହି ଛାତ୍ରମାନେ ମହାଲକ୍ଷ୍ମୀସ୍ଥିତ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଛାତ୍ରମାନେ ୱର୍ଲିରେ ଥିବା ନେହେରୁ ବିଜ୍ଞାନ କେନ୍ଦ୍ର ଏବଂ ଗିରଗାଓଁ ଭ୍ୟୁୟିଙ୍ଗ ଡେକ୍ ଉପରେ ମଧ୍ୟ ଅନୁସନ୍ଧାନ କରିଥିଲେ । ଏହାପୂର୍ବରୁ ଛାତ୍ରମାନେ ଠାକୁର ଇନଷ୍ଟିଚ୍ୟୁଟ୍ ଅଫ୍ ଆଭିଏସନ୍ ଟେକ୍ନୋଲୋଜି ପରିଦର୍ଶନ କରି ଏଆର୍‌ ଭିଆର୍‌ ଜ୍ଞାନକୌଶଳ ଏବଂ ଠାକୁର ଇନଷ୍ଟିଚ୍ୟୁଟ୍‌ର ହୋଟେଲ ମ୍ୟାନେଜମେଣ୍ଟର ଅନୁଭବ କରିଥିଲେ। ଗସ୍ତର ଶେଷ ଦିନରେ ଓଡ଼ିଶାର ଛାତ୍ରମାନେ ଟିସିଇଟିର ସ୍ୱେଚ୍ଛାସେବୀମାନଙ୍କ ସହିତ ବୋରିଭାଲିର ଗ୍ଲୋବାଲ୍ ଭିପାସାନା ପାଗୋଡା ପରିଦର୍ଶନ କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଛାତ୍ରମାନଙ୍କ ଦ୍ୱାରା ଓଡ଼ିଶୀ ଏବଂ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ରହଣି ସମୟରେ ଉଭୟ ରାଜ୍ୟର ଛାତ୍ରମାନେ ପରମ୍ପରା, ସଂସ୍କୃତି, ଜୀବନଶୈଳୀ ଓ ଶିକ୍ଷା ଇତ୍ୟାଦି ଉପରେ ମତ ବିନିମୟ କରିବାର ସୁଯୋଗ ପାଇଥିଲେ।

ସମ୍ବନ୍ଧିତ ଖବର