ଟ୍ରକ୍‌ ଧକ୍କାରେ ସ୍କୁଲ ଛାତ୍ରୀ ମୃତ

ଯଶିପୁର/ପଦ୍ମପୁର : ଯଶିପୁର ଥାନା ଅନ୍ତର୍ଗତ ୪୯ନଂ. ଜାତୀୟ ରାଜପଥର ଯଶିପୁର ମୁଖ୍ୟ ବଜାର ଛକରେ ଦୁର୍ଘଟଣା ଘଟି ଆଜି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଶତାଧିକ ବ୍ୟକ୍ତି ରାସ୍ତାରୋକ କରିଥିଲେ। ଖବରଲେଖା ହେବା ବେଳକୁ ଛାତ୍ରୀଙ୍କ ଶବ ରଖି ରାସ୍ତାରୋକ ଜାରି ରହିଥିଲା।

ଘଟଣାରୁ ପ୍ରକାଶ, ଅପରାହ୍ନ ୪ଟା ୪୫ ମି. ହେବ। ଯଶିପୁର ବାଳିକା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ତଥା ପଦ୍ମପୁର ନିବାସୀ ଭଜହରି ଚୌଧୁରୀଙ୍କ ଝିଅ ପ୍ରିୟଙ୍କା ସ୍ଥାନୀୟ ଶିଶୁ ମନ୍ଦିରରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ସାଇକଲ ଯୋଗେ ଘରକୁ ଫେରୁଥିଲେ। ବଜାର ଛକ ଅତିକ୍ରମ କରୁଥିବା ବେଳେ ତାଙ୍କୁ ଗୋଟିଏ ମାଲବାହୀ ଟ୍ରକ ଧକ୍କା ଦେଇଥିଲା। ରାସ୍ତା ଉପରେ ସେ ପଡ଼ି ଯାଇଥିଲେ। ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର