ଯୁବ ଓ ଛାତ୍ର ସଂଗଠନକୁ ସୁଯୋଗ ମିଳିବନି?, ଛାତ୍ର ପ୍ରତିନିଧି ଏକାଠି, ନବୀନଙ୍କୁ ଆଜି ଭେଟିବେ

ନ୍ୟାୟ ପାଇଛନ୍ତି ମହିଳା, ବରିଷ୍ଠ, ଅଭିଜ୍ଞ ବି

ଭୁବନେଶ୍ବର : ଛାତ୍ର ଓ ଯୁବ ବର୍ଗଙ୍କୁ ପ୍ରତିନିଧିତ୍ବ କରୁଥିବା େନତାଙ୍କୁ ବିଧାନସଭାରେ ଲଢିବା ଲାଗି ସୁେଯାଗ ଦେଇ ଆସିଥିଲା ଜନତା ଦଳ, ଆଉ ପରେ ପରେ ବିେଜଡି। ନୂଆ ଯୁବକ, ଛାତ୍ର ବର୍ଗଙ୍କୁ ପ୍ରତିନିଧିତ୍ବ କରିବାର ସୁେଯାଗ ଦେବାରେ ଦଳର େରକର୍ଡ ଅନ୍ୟମାନଙ୍କ ଠାରୁ େବଶ୍ ଭଲ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ଯୁବ ଓ ଛାତ୍ର ବର୍ଗଙ୍କୁ ପ୍ରତିନିଧିତ୍ବ କରୁଥିବା େନତାଙ୍କୁ ସୁେଯାଗ ମିଳିବନି?

ଏମିତି ଏକ ପ୍ରଶ୍ନ ଏବେ ସମଗ୍ର ରାଜ୍ୟର ଯୁବ ଓ ଛାତ୍ର ସଂଗଠନରେ କାର୍ଯ୍ୟ କରୁଥିବା େନତାମାନଙ୍କୁ ଆେନ୍ଦାଳିତ କରୁଛି। ମୁଖ୍ୟମନ୍ତ୍ରୀ ତଥା ବିେଜଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଇତିମଧ୍ୟରେ ୧୧୯ଟି ଆସନ ଲାଗି ପ୍ରାର୍ଥୀ େଘାଷଣା କରିସାରିଲେଣି। ଏଣୁ ବାକି ଆସନ ମଧ୍ୟରୁ େସମାନଙ୍କ ନେତାଙ୍କୁ ସ୍ଥାନ ମିଳିବ ନା ନାହିଁ, ତାହା ରାଜ୍ୟର ହଜାର ହଜାର ଯୁବ ଓ ଛାତ୍ର େନତାଙ୍କୁ ଦ୍ବନ୍ଦ୍ବରେ ପକାଇଛି।

ମୁଖ୍ୟମନ୍ତ୍ରୀ ସଂସଦକୁ ୩୩ ପ୍ରତିଶତ ମହିଳା ପଠାଇବା ପାଇଁ େଘାଷଣା କରିଛନ୍ତି। ତଦନୁଯାୟୀ ପ୍ରାର୍ଥୀ େଘାଷଣା େହାଇସାରିେଲଣି। ଏହି ପରିପ୍ରେକ୍ଷୀରେ ଯୁବକ ଓ ଛାତ୍ରଙ୍କୁ ନିଶ୍ଚିତ ନ୍ୟାୟ ମିଳିବ େବାଲି ଆଶା କରି ବିଭିନ୍ନ ଜିଲ୍ଲାର ଛାତ୍ର ସଂଗଠନ େନତାମାେନ ଏକାଠି େହାଇଛନ୍ତି। ସେମାନଙ୍କ ରାଜ୍ୟ େନତାଙ୍କୁ ପ୍ରାର୍ଥୀ କରିବା ଲାଗି ଏହି ପ୍ରତିନିଧିମାେନ ଭୁବନେଶ୍ବର ଆସିଥିବା ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ସେମାେନ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ େଭଟି ଏେନଇ ଜଣାଇପାରନ୍ତି।

ଦଳର କିଛି ବରିଷ୍ଠ େନତାମାନଙ୍କ କହିବା କଥା େହଉଛି, ପୂର୍ବରୁ େଦବୀ ପ୍ରସାଦ ମିଶ୍ରଙ୍କ ଠାରୁ ଆରମ୍ଭ କରି ପ୍ରତାପ େଜନା, ପରବର୍ତୀ ସମୟରେ ଅରୁଣ ସାହୁ, େବ୍ୟାମକେଶ ରାୟ ପ୍ରମୁଖ ଯୁବ ଓ ଛାତ୍ର ରାଜନୀତିରୁ ବିଧାନସଭାକୁ ଆସିଛନ୍ତି। ଏହାଦ୍ବାରା ଅଧିକରୁ ଅଧିକ ଯୁବକ ରାଜନୀତି ପ୍ରତି ଆକୃଷ୍ଟ େହଉଥିବା ପରିଲକ୍ଷିତ େହଉଛି। ଆଜି ଦିନରେ ବିେଜଡିରେ ଏହି ସଂଗଠନ ଅନ୍ୟ ସମସ୍ତଙ୍କ ଠାରୁ ସୁଦୃଢ। କେବଳ ସେତିକି ନୁେହଁ, ଆଜି ଦିନରେ ହାଇଟେକ୍ ପ୍ରଚାର ଆଦି କାର୍ଯ୍ୟ, ବୁଥ ଟ୍ୟାଗିଂ, େସାସିଆଲ ମିଡିଆରେ ଦଳ ସପକ୍ଷରେ ଅଖଣ୍ଡ ଯୁକ୍ତି ରଖିବା ତଥା ବିେରାଧୀଙ୍କୁ ଉପଯୁକ୍ତ ପ୍ରତିଜବାବ େଦବା େକ୍ଷତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଏଣୁ ଏବେ ଉଭୟ ଯୁବ ଓ ଛାତ୍ର ସଂଗଠନକୁ ରାଜ୍ୟସ୍ତରରେ ପ୍ରତିନିଧିତ୍ବ କରୁଥିବା ଅର୍ଥାତ ସେମାନଙ୍କ ସଭାପତିଙ୍କୁ ଟିକେଟ୍ େଦବା ଉପରେ ବିେଜଡି ମୁଖିଆ ବିଚାର କରିବା ଉଚିତ୍। ଏହାଦ୍ବାରା ସବୁ ବର୍ଗକୁ ଗୁରୁତ୍ବ ମିଳିବ ଓ ବିଧାନସଭାରେ ଏହି ବର୍ଗ ସଂପର୍କରେ ବିତର୍କ ଆଦି େକ୍ଷତ୍ରରେ ମଧ୍ୟ ସୁସ୍ଥ ପରମ୍ପରା ସୃଷ୍ଟି େହବ।

ସମ୍ବନ୍ଧିତ ଖବର