ସୋର : ଅନ୍‌ଲାଇନ୍‌ ଗେମ୍‌ ନିଶାରେ ପଡ଼ି ଜଣେ ୧୯ବର୍ଷର ଛାତ୍ର ଟଙ୍କା ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଗୁଡ଼ ପଞ୍ଚାୟତ ଗୁଡ଼ତେଲିସାହି ଗାଁର ଦୁର୍ଗାଚରଣ ବେହେରାଙ୍କ ବଡ଼ପୁଅ ଉଦୟ କୁମାର।

Advertisment

ସୂଚନା ଅନୁଯାୟୀ, ଉଦୟ ଭଦ୍ରକ ଜିଲ୍ଲା ବାସୁଦେବପୁରସ୍ଥିତ ଅଟଳବିହାରୀ କଲେଜରେ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ସେଠାରେ ଏକ ଘରୋଇ ହଷ୍ଟେଲରେ ରହୁଥିବା ବେଳେ ଦୁଇଦିନ ତଳେ ଘରକୁ ଆସିଥିଲେ। ଉଦୟ ଯେତେବେଳେ ବି ଘରକୁ ଆସୁଥିଲେ ଅଧିକାଂଶ ସମୟ ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିବାରୁ ମା’ ବାରଣ କରୁଥିଲେ। ଗତରାତିରେ ଘରେ ସମସ୍ତେ ଖାଇପିଇ ଶୋଇ ଯାଇଥିବା ବେଳେ ଆଜି ସକାଳେ ଉଦୟ ଆଉ ଉଠିନଥିଲେ। ପରିବାରଲୋକ ଶୋଇବା ଘର କବାଟ ଭାଙ୍ଗି ଦେଖିବା ବେଳକୁ ଉଦୟ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲିଛନ୍ତି। ସଙ୍ଗେ ସଙ୍ଗେ ତାଙ୍କୁ ସୋର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।