ବାଲେଶ୍ୱର: ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଧୀନ ସମଲପୁରର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ବସ୍ରେ ଅସଦାଚରଣ କରାଯାଇଛି। ବସ୍ରେ ସ୍କୁଲକୁ ଯାଉଥିବା ସମୟରେ ବସ୍ର କର୍ମଚାରୀ ଅସଦାଚରଣ କରିଥିବା ପରିବାର ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି। ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା। ଛାତ୍ରୀଜଣକ ବାପାମା’ଙ୍କ ନିକଟରେ ଏ ବିଷୟରେ ଜଣାଇଥିଲେ। ପରିବାରବର୍ଗ ପ୍ରଥମେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଆବଶ୍ୟକ ପଡ଼ିଲେ ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସେପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ବସ୍ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଘଟଣା ନେଇ ତଦନ୍ତ କରାଯାଇଥିବା ସଫେଇ ଦେଇଛନ୍ତି। ତେବେ ଏହି ଘଟଣା ପରେ ଏବେ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତ୍ରା ନେଇ ଅଭିଭାବକ ମହଲ ଚିନ୍ତିତ ହୋଇପଡ଼ିଛନ୍ତି। ସ୍କୁଲ ବସ୍ଗୁଡ଼ିକରେ ସିସି କ୍ୟାମେରା ବ୍ୟବସ୍ଥା ସହ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ସେହିପରି ୪ ଦିନ ତଳେ ଚାନ୍ଦିପୁରସ୍ଥିତ ଏକ ହୋଟେଲରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ଦୁଇଜଣ ଯୁବକ ସମ୍ପୃକ୍ତ ଥିବାବେଳେ ଚାନ୍ଦିପୁର ଥାନା ପୁଲିସ ପକ୍ଷରୁ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ, ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଘର ବାଲେଶ୍ବର ଟାଉନ ଥାନା ଅଧୀନ ମିର୍ଜାପୋଖରୀ ଅଞ୍ଚଳରେ। ସେମାନେ ଗତ ୨୦ ତାରିଖରେ ଚାନ୍ଦିପୁର ବେଳାଭୂମି ନିକଟରେ ଥିବା ଲାରିଜା ହୋଟେଲକୁ ଯାଇଥିଲେ। ଉଭୟ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଚାନ୍ଦିପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଉକ୍ତ ହୋଟେଲରେ ଚଢ଼ଉ କରିବା ସହ ଜଣେ ଅଭିଯୁକ୍ତକୁ ଗତକାଲି ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/HjFMxoh0L7zlgRKO9kcY.jpg)